ଖୋଲିଲା ହୀରାକୁଦଡ୍ୟାମର ୨୦ ଗେଟ୍‌, ଖୋଲିବ ଆଉ ୫, ମହାନଦୀରେ ବନ୍ୟା ଆଶଙ୍କା

 ଖୋଲିଲା ହୀରାକୁଦଡ୍ୟାମର ୨୦ ଗେଟ୍‌, ଖୋଲିବ ଆଉ ୫, ମହାନଦୀରେ ବନ୍ୟା ଆଶଙ୍କା

0 604

ଭୁବନେଶ୍ୱର.- ମଙ୍ଗଳବାରରେ ହୀରାକୁଦ ନଦୀବନ୍ଧର ୨୦ଟି ଗେଟ୍‌ ଖୋଲାଯାଇଛି । ଏଥିଯୋଗୁଁ ମହାନଦୀର  ନିମ୍ନ  ଅବବାହିକାରେ ବନ୍ୟା ଆଶଙ୍କା ଦେଖାଦେଇଛି । ହୀରାକୁଦ ଡ୍ୟାମରେ ପ୍ରତି ସେକେଣ୍ଡରେ ୧,୩୪,୭୨୭ ଘନଫୁଟ୍ ଜଳ ପ୍ରବେଶ ହେଉଥିବା ବେଳେ ୨,୫୧,୧୪୫ ଘନଫୁଟ୍ ଜଳ ନିଷ୍କାସିତ ହେଉଛି । ଏଥିପାଇଁ ମହାନଦୀ ଅବବାହିକାରେ ଥିବା ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ନିର୍ଦେଶ ଦିଆଯାଇଛି । ମଙ୍ଗଳବାର ସନ୍ଧ୍ୟାରେ ଆହୁରି ୫ଟି ଗେଟ୍‌ ଖୋଲାଯିବାର ଅଛି ।

ହୀରାକୁଦର ୨୫ଟି ଗେଟ୍‌ ଖୋଲାଗଲେ ପ୍ରତି ସେକେଣ୍ଡରେ ପ୍ରାୟ ୪ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେବ । ବୁଧବାରରେ କଟକର ମୁଣ୍ଡଳୀ ନିକଟରେ ପ୍ରତି ସେକେଣ୍ଡରେ ୮ ଲକ୍ଷ କ୍ୟୁସେକ୍‌ ଜଳ ନିଷ୍କାସିତ ହେବାର ଅଛି । ସାମ୍ଭବ୍ୟ ବନ୍ୟା ଆଶଙ୍କାରେ ଓଡ୍ରାଫ , ଏନ୍‌ଡିଆର୍‌ଏଫ୍‌ ଓ ଅଗ୍ନିଶମ ବିଭାଗକୁ ସତର୍କ ହୋଇ ରହିବା ପାଇଁ ନିର୍ଦେଶ ଦିଆଯାଇଛି ।

Leave A Reply