ରାଜ୍ୟର ୬୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ ହୋଇଥିବାରୁ ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଫସଲ ଅମଳ,
ବିହନ, ସାର ଓ କୀଟନାଶକ ଆଦିର ପରିବହନକୁ କଟକଣାମୁକ୍ତ କରିଛନ୍ତି । ‘ଆମ କୃଷି’ ଓ ‘ଏମ୍ କିଷାନ’ ମାଧ୍ୟମରେ କୃଷି ବିଭାଗ
ପକ୍ଷରୁ ଦିଆଯାଇଥିବା ବିଭିନ୍ନ ମାର୍ଗଦର୍ଶିକାରୁ ଚାଷୀମାନେ ଲାଭ ଉଠାଇ ପାରିବେ । ସେମାନେ ୦୬୭୪-୬୬୬୭୧୭୧କୁ ମିସ୍ଡ କଲ ଦେଇ ଆମ କୃଷି ସେବାରେ ପଞ୍ଜିକୃତ ହୋଇପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ କହିଛନ୍ତି କୃଷିକ୍ଷେତ୍ରରେ ଭଡ଼ା ସୂତ୍ରରେ ବ୍ୟବହାର ହେଉଥିବା ଯନ୍ତ୍ରପାତିର ବ୍ୟବହାରକୁ କଟକଣାମୁକ୍ତ କରାଯାଇଛି । ରବି ଫସଲର ସଂଗ୍ରହ ପାଇଁ କେନ୍ଦ୍ର ଖୋଲାଯିବ ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଏଥିପାଇଁ ନାଫେଡ୍ର ଇ-ସମୃଦ୍ଧି ପୋର୍ଟାଲରେ ନାମ ପଞ୍ଜୀକରଣ କରିବାକୁ କୃଷକମାନଙ୍କୁ ପରାମର୍ଶ ଦିଆଯାଇଛି । କୃଷି ଶ୍ରମିକଙ୍କ ସମସ୍ୟାକୁ ଏଡ଼ାଇବା ପାଇଁ ବିହନ ପ୍ରସ୍ତୁତ କରୁଥିବା ପଞ୍ଜୀକୃତ କୃଷକଙ୍କ ବ୍ୟତୀତ ଅନ୍ୟ ଚାଷୀମାନଙ୍କୁ କମ୍ବାଇ୍ନ୍ଡ ହାର୍ଭେଷ୍ଟର ବ୍ୟବହାର କରି ଠିକ୍ ସମୟରେ ଧାନ ଅମଳ କରିବାକୁ ପରାମର୍ଶ ଦିଆଯାଇଥିବା ଶ୍ରୀ ଗର୍ଗ ସୂଚନା ଦେଇଛନ୍ତି ।