ହେଲମେଟ ଏବଂ ଫାସ୍ଟ୍ୟାଗ ବାଧ୍ୟତାମୂଳକ
ଜାତୀୟ ରାଜପଥ ଗୁଡ଼ିକରୁ ଫାସ୍ଟାଗ୍ ମାଧ୍ୟମରେ ଶତପ୍ରତିଶତ ଟୋଲ ସଂଗ୍ରହ ଲାଗି ଧାର୍ଯ୍ୟ ସମୟସୀମାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଫେବୃୟାରୀ ୧୫ ଯାଏଁ ବୃଦ୍ଧି କରିଛନ୍ତି । ଏନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ମନ୍ତ୍ରଣାଳୟ ଜଣାଇଛି । ତେବେ ଡିସେମ୍ବର ୨୫ରେ ଆଜିଠାରୁ ଫାସ୍ଟାଗ୍ ବାଧ୍ୟତାମୂଳକ କରାଯିବ ବୋଲି ଘୋଷଣା କରାଯାଇଥିଲା ।
ହେଲମେଟ୍ ବାଧ୍ୟତାମୂଳକ
ଆଜିଠାରୁ ରାଜ୍ୟରେ ବାଇକ୍ ଚାଳକ ଓ ପଛରେ ବସୁଥିବା ଲୋକ ଉଭୟଙ୍କ ପାଇଁ ହେଲ୍ମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏନେଇ ଯାଞ୍ଚ କଡାକଡି କରାଯିବ । ଯେଉଁମାନେ ହେଲମେଟ୍ ପିନ୍ଧିନଥିବେ ସେମାନଙ୍କର ଅନ୍ୟାନ୍ୟ ଗାଡ଼ି କାଗଜପତ୍ର ମଧ୍ୟ ଯାଞ୍ଚ କରାଯିବ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ସୁପ୍ରିମ୍ କୋର୍ଟଙ୍କ ସଡ଼କ ସୁରକ୍ଷା କମିଟିଙ୍କ ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ଏଥିସହିତ ଟ୍ରାଫିକ ନିୟମକୁ କଡାକଡି କରିବାକୁ ଟ୍ରାଫିକ ଏବଂ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି