ଦୁଇ ଦୁଇଟି ଲଘୁଚାପ ପ୍ରବଳ ବର୍ଷିବ
ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଓଡିଶାରେ ବର୍ଷା ହେବାର ସମ୍ଭାବନା ବୃଦ୍ଧି ପାଇଛି । ଲଘୁଚାପ ସୃଷ୍ଟି ହେବା ସହ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଛି । ବାରିପଦାରେ ଗୁରବାରରେ ୧୩୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।
ଶନିବାର ଓଡିଶାରେ ଆରେଞ୍ଜ ବା ନାରଙ୍ଗୀ ଆଲର୍ଟ ଜାରିକରାଯାଇଛି ।
ଲଘୁଚାପ ଯୋଗୁଁ ଓଡିଶା ସହ ପଶ୍ଚିମବଙ୍ଗଓ ମଧ୍ୟ ଭାରତରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୩୧ ତାରିଖରେ ସମୁଦ୍ର ମଧ୍ୟର ଆଉଏକ ଲଘୁଚାପ ସୃଷ୍ଟି ହେବ । ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି ।