ଡାଇରିଆ ଜନିତ ଶିଶୁ ମୃତ୍ୟୁ ୨୦୨୨ ପର୍ଯ୍ୟନ୍ତ ଶୂନ୍ୟ ସ୍ତରକୁ ଅଣାଯିବା ଲକ୍ଷ୍ୟ: ହର୍ଷବର୍ଦ୍ଧନ

0 741

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବଦ୍ଧନ ବର୍ଷ ୨୦୨୨ ପର୍ଯ୍ୟନ୍ତ ଦେଶରେ ଡାଇରିଆ କାରଣରୁ ହେଉଥିବା ଶିଶୁମାନଙ୍କର ମୃତ୍ୟୁକୁ ଶୂନ୍ୟ କରିବା ପାଇଁ ନୂଆ ରଣନୀତି ଓ ନୂତନ କୌଶଳର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି । ସେ ଦେଶରେ ପ୍ରଜନନାତ୍ମକ, ମାତୃତ୍ୱ, ନବଜାତ, ଶିଶୁ କିଶୋର ଓ ପୋଷଣ, (ଆରଏମଏନସିଏଏଚ ପ୍ଳସ ଏନ) ହସ୍ତକ୍ଷେପ ଗୁଡିକର ଏକ ସମୀକ୍ଷା କାର୍ଯ୍ୟକ୍ରମରେ କହିଛନ୍ତି, ‘କୌଣସି ଶିଶୁକୁ ଡାଇରିଆରେ ମରିବାକୁ ଦିଆଯିବ ନାହିଁ ।
ସରକାର ତାକୁ ୨୦୨୨ ପର୍ଯ୍ୟନ୍ତ ନିୟନ୍ତ୍ରଣରେ ଆଣିବା ପାଇଁ ଶୀଘ୍ର ଓ ସ୍ୱତନ୍ତ୍ର ଚେଷ୍ଟା କରିବେ ।’ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରଧାନମନ୍ତ୍ରୀଙ୍କର ‘ନ୍ୟୂ ଇଣ୍ଡିଆ’ର ଲକ୍ଷ୍ୟ ପୂରଣ କରିବା ପାଇଁ ଏକ ସମାବେଶି ଦୃଷ୍ଟିକୋଣକୁ ଆପଣେଇବା ପାଇଁ ଉପଦେଶ ଦେଇଛନ୍ତି । ସେ ମାତୃତ୍ୱ ମୃତ୍ୟୁ ପରି ସମସ୍ୟାଗୁଡିକରୁ ମୁକ୍ତି ପାଇବା ପାଇଁ ଏକ ଜନ ଆନ୍ଦୋଳନର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି । ପରିବର୍ତ୍ତିତ ପାଣିପାଗ ଯୋଗୁଁ ଶିଶୁମାନେ ଡାଇରିଆର ଶିକାର ହେଉଛନ୍ତି ବୋଲି ସେ କହିଛନ୍ତି ।

Leave A Reply