ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ପାଠପଢା ପରେ ହିଁ ୟୁଜି ଓ ପିଜି ପରୀକ୍ଷା କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ
ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ପାଠପଢା ପରେ ହିଁ ୟୁଜି ଓ ପିଜି ପରୀକ୍ଷା କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ଏସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ସଚିବ ସାଶ୍ୱତ ମିଶ୍ର ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଏବଂ କଲେଜ ପ୍ରିନ୍ସିପାଲମାନଙ୍କୁ ଚିଠି ଲେଖିଛନ୍ତି ।
କମିଶନର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ଚଳିତ ଶିକ୍ଷାବର୍ଷ ବହୁଳ ଭାବେ ପ୍ରଭାବିତ ହୋଇଛି । ଅନ୍ ଲାଇନ୍ ମାଧ୍ୟମରେ ଶିକ୍ଷାଦାନ କାର୍ଯ୍ୟକ୍ରମ ଚାଲିଥିଲେ ମଧ୍ୟ ଅଧିକାଂଶ ଛାତ୍ରଛାତ୍ରୀ ବିଭିନ୍ନ କାରଣରୁ ଏଥିରୁ ବଂଚିତ ହେଉଛନ୍ତି । ଏଭଳି ସ୍ଥିତିରେ କେବଳ ଅନଲାଇନ୍ କ୍ଲାସ୍ କୁ ଭିତ୍ତି କରି ୟୁଜି ଓ ପିଜି ପରୀକ୍ଷା କରିବା ସମ୍ଭବ ନୁହେଁ । ତେଣୁ କ୍ଲାସ୍ ରେ ପୂର୍ବଭଳି ଛାତ୍ରଛାତ୍ରୀଙ୍କ ପାଠପଢା ପରେ ଏବଂ ସିଲାବସ୍ ଶେଷ ହେବା ପରେ ହିଁ ପରୀକ୍ଷା କରାଯିବା ଉପରେ ବିଚାର କରାଯାଉ ବୋଲି ଶ୍ରୀ ମିଶ୍ର କୁଳପତି ଓ କଲେଜ ଅଧ୍ୟକ୍ଷମାନଙ୍କୁ ଜଣାଇଛନ୍ତି । ନିକଟରେ ୁ ୟୁଜି ଓ ପିଜି ପରୀକ୍ଷା କରିବା ପାଇଁ ବିଶ୍ୱବିଦ୍ୟାଳୟ ଓ ବିଦ୍ୟାଳୟଗୁଡିକ ପକ୍ଷରୁ
ନିଷ୍ପତ୍ତି ନିଆଯାଇଥିଲା ।