ଆଗକୁ ବହୁତ ବଢିବ ସୁନାଦର – ବିଶେଷଜ୍ଞଙ୍କ ମତ, ସୋଭରଜେନ୍‌ ଗୋଲ୍ଡ ବଣ୍ଡରେ ସୁରକ୍ଷିତ ଭାବେ କରନ୍ତୁ ନିବେଶ

0 1,476

ନୂଆଦିଲ୍ଲୀ – ଏବେ କରୋନା ସଂକ୍ରମଣ ଓ ଲକ୍‌ଡାଉନ୍‌ ଯୋଗୁଁ ସୁନାର ଚାହିଦା ହ୍ରାସ ପାଇଛି । ବଜାର ବନ୍ଦ ପଡିଥିବାରୁ ସୁନା ରୂପା କିଣିବାରେ କେହି ଆଗ୍ରହ ଦେଖାଉ ନାହାନ୍ତି । ଗୁରୁବାରରେ ସୁନାଦର ସାମାନ୍ୟ ବୃଦ୍ଧି ପାଇଥିଲା। ୧୦ ଗ୍ରାମ ଶୁଦ୍ଧ ସୁନାଦର ୪୬,୨୦୦ ସ୍ପର୍ଶ କରିଥିଲା ।

ମାତ୍ର ଥରେ କରୋନା ସଂକ୍ରମଣ ହ୍ରାସ ପାଇବା ଓ ପୂର୍ବ ଭଳି ସ୍ଥିତି ଫେରିଆସିଲେ ପୁଣି ସୁନାଦର ବହୁତ ବଢି ଯିବ ବୋଲି ମାର୍କେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି । ୨୦୨୧ ମସିହା ଶେଷ ବେଳକୁ ଏହା ଦୁଇ ଗୁଣ ହୋଇଯିବାର ସମ୍ଭାବନା ରହିଛି । ଏହା ପ୍ରତି ୧୦ ଗ୍ରାମ ୮୧୦୦୦ ହଜାର ଟଙ୍କା ସ୍ପର୍ଶ କରିପାରେ ।

ଅର୍ଥନୀତି ବିଶେଷଜ୍ଞଙ୍କ ଅନୁସାରେ ୨୦୨୧ ମସିହାରେ ସୁନାଦର ଅନ୍ତର୍ଜାତୀୟ ବଜାରରେ ପ୍ରତି ଆଉନସ୍‌ ୩ହଜାର ଡଲାର ସ୍ପର୍ଶ କରିପାରେ ।
ଏପରି ହେଲେ ଭାରତେର ସୁନା ପ୍ରତି ୧୦ ଗ୍ରାମ ୮୧ରୁ୮୨ ହଜାର ଟଙ୍କାରେ ପହଞ୍ଚିବ । ଭାରତରେ ସୁନାଦର ୭୫ ପ୍ରତିଶତ ବୃଦ୍ଧି ପାଇ ପାରେ ।
ଗୋଲ୍ଡ ମ୍ୟାନ ସାଚ୍‌ର ବିଶେଷଜ୍ଞମାନେ ମଧ୍ୟ ଏହି ପୂର୍ବାନୁମାନ କରିଛନ୍ତି ।

ସରକାର ୨୦୨୦-୨୧ରେ ପ୍ରଥମ ସୋଭେରଜେନ୍‌ ଗୋଲ୍ଡବଣ୍ଡ ଏପ୍ରିଲ ୨୦ ତାରିଖରୁ ବିକ୍ରିକରିବା ଆରମ୍ଭ କରିଛନ୍ତି। ଏଥିରେ ୨୪ ଏପ୍ରିଲପର୍ଯ୍ୟନ୍ତ ନିବେଶ କରାଯାଇ ପାରିବ । ଅତି ବେଶରେ ଜଣେ ୫୦୦ ଗ୍ରାମର ଗୋଲ୍ଡବଣ୍ଡ ଗୋଟିଏ ଆର୍ଥିକ ବର୍ଷରେ କିଣିପାରିବ । ଏଥିରେ ଅତି କମ୍‌ରେ ଏକ ଗ୍ରାମ ସୁନା କିଣିପାରିବ । ଏଥିରେ ଅତିକମ୍‌ରେ ୨.୫ ପ୍ରତିଶତ ସୁଧ ମିଳବ । ଏହା ସହ ଆୟକରରେ ରିହାତି ମିଳିବ । ଏହି ସିରିଜ୍‌ରେ ଏବେ ଗୋଲ୍ଡ ବଣ୍ଡ ପାଇଁ ପ୍ରତିଗ୍ରାମ ୪୬୩୯ ଟଙ୍କା ପ୍ରତିଗ୍ରାମ ବା ୪୬୩୯୦ ଟଙ୍କା ପ୍ରତି ୧୦ ଗ୍ରାମ ନିର୍ଦ୍ଧାରିତ କରାଯାଇଛି । ମାନ୍ୟତା ପ୍ରାପ୍ତ ଷ୍ଟକ୍‌ ଏକ୍ସଚେଞ୍ଜ ସହ ବ୍ୟାଙ୍କ ଓ ଡାକଘରେ ଏହି ସୋଭରେଜେନ୍‌ ଗୋଲ୍ଡ ବଣ୍ଡ କିଣାଯାଇ ପାରିବ ।

ଏହା ସୁରକ୍ଷିତ ନିବେଶ । ଏବେ କରୋନା ସଙ୍କଟ ସମୟରେ ଏଥିରେ ନିବେଶ କରିବା ଅତି ଭଲ । ନିବେଶର ବିପଦ ଦେଖିବା ସହ ଏଥରେ ସୁରକ୍ଷିତ ଭାବେ ନିବେଶ କରିପାରବେ ।

Leave A Reply