ଅପରିଷ୍କାର କପଡା ପିନ୍ଧିବା: ଗରୁଡ ପୁରାଣ ଅନୁସାରେ ଅପରିଷ୍କାର କପଡା ପିନ୍ଧିବା ଦ୍ୱାରା ମା ଲକ୍ଷ୍ମୀ ଅତ୍ୟନ୍ତ କ୍ରୋଧିତ ହୋଇଥାନ୍ତି । ଏହି କାରଣରୁ ବ୍ୟକ୍ତି ଉପରେ ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ନଥାନ୍ତି । ଏହି କାରଣରୁ ବ୍ୟକ୍ତି ଦରିଦ୍ରତାର ସମ୍ମଖୀନ ହୋଇଥାଏ । ପରିଷ୍କାର ରହୁ ନଥିବା ବ୍ୟକ୍ତି ଉପରେ ମଧ୍ୟ ମା ଲକ୍ଷ୍ମୀ କୃପା କରି ନଥାନ୍ତି । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଂଘର୍ଷ କରିବାକୁ ପଡିଥାଏ ।
ଦାନ୍ତ ଠିକ ରୂପେ ନ ଘଷିବା: ଦାନ୍ତର ସମ୍ବନ୍ଧ ଆମ ସ୍ୱାସ୍ଥ୍ୟ ସହ ରହିଛି । ଦାନ୍ତ ଠିକ ଭାବେ ନ ଘଷିଲେ ଏହାର କୁପ୍ରଭାବ ଆମ ପେଟ ଉପରେ ପଡିଥାଏ । ଏହାଦ୍ୱାରା ବାରମ୍ବାର ପେଟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ଠିକ ଭାବେ ଦାନ୍ତ ନ ଘଷୁଥିବା ବ୍ୟକ୍ତି ଉପରେ ମା ଲକ୍ଷ୍ମୀ ସର୍ବଦା କ୍ରୋଧିତ ହୋଇଥାନ୍ତି । କୁହାଯାଇଛି ଯେ ଠିକ ରୂପେ ଦାନ୍ତ ନ ଘଷୁଥିବା ବ୍ୟକ୍ତି ନିଜ କାମ ପ୍ରତି ସଚ୍ଚୋଟ ହୋଇ ନଥାନ୍ତି । ତେଣୁ ସେ ଦରିଦ୍ର ହୋଇଥାନ୍ତି ।
ଅଧିକ ଖାଉଥିବା ଲୋକ: ଆବଶ୍ୟକତା ଠାରୁ ଅଧିକ ଖାଉଥିଲେ ମୋଟା ହୋଇଯାନ୍ତି । ମୋଟା ହେବା ଦ୍ୱାରା କାମ କରିବାରେ ଅଧିକ ଅସୁବିଧା ହୋଇଥାଏ । ଏହି କାରଣରୁ ଆଳସ୍ୟର ଶିକାର ହୋଇଥାନ୍ତି । ମୋଟା ହେବା କାରଣରୁ ଅନେକ ରୋଗ ହେବାର ଆଶଙ୍କା ମଧ୍ୟ ରହିଥାଏ । ଅଧିକ ଖାଉଥିବା ବ୍ୟକ୍ତିଙ୍କ ଉପରେ ମା ଲକ୍ଷ୍ମୀ ରାଗି ଯାଆନ୍ତି ।
କଠୋର କହୁଥିବା ବ୍ୟକ୍ତି: ଯେଉଁ ବ୍ୟକ୍ତିମାନେ କଥା କହୁଥିବା ସମୟରେ ଅପଶଦ୍ଦ ବ୍ୟବହାର କରନ୍ତି ସେମାନଙ୍କ ଉପରେ କେବେ ବି ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ନଥାନ୍ତି । ଏପରି ବ୍ୟକ୍ତିଙ୍କ ସ୍ୱଭାବ ଅନେକଙ୍କୁ ପସନ୍ଦ ଆସି ନଥାଏ । ତେଣୁ କଥାବାର୍ତ୍ତା ସମୟରେ ସଯଂମତା ରଖିବା ଉଚିତ ।
ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ଶୋଉଥିବା ବ୍ୟକ୍ତି: ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ଭଗବାନଙ୍କୁ ସ୍ମରଣ କରିବା ଉଚିତ । ଏହି ସମୟରେ ଶୋଇବା ଦ୍ୱାରା ଭଗବାନଙ୍କ କୃପା ମିଳି ନଥାଏ । ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ବ୍ୟାୟମ କରିବା ଉଚିତ । ଏହାଦ୍ୱାରା ଶରୀର ସୁସ୍ଥ ରହିଥାଏ ।