ଅଗ୍ନିଶମ ବିଭାଗର କର୍ମଚାରୀମାନେ ସହରର ବିଭିନ୍ନ କୋଠାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି

116

ଅଗ୍ନିଶମ ନିରାପତ୍ତା ଆଇନ୍‍-୨୦୧୭କୁ କଡାକଡି ପାଳନ କରିବା ପାଇଁ ବିଭାଗୀୟ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ ପରେ ଅଗ୍ନିଶମ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଗତକାଲି କଟକ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସହରର ବିଭିନ୍ନ କୋଠାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ପ୍ରଥମ ଦିନରେ ୬ଟି ହସ୍ପିଟାଲ ଓ ଗୋଟିଏ ସରକାରୀ ଅନୁଷ୍ଠାନକୁ ଯାଞ୍ଚ କରାଯାଇଛି । ଅଗ୍ନିଶମ କର୍ମଚାରୀମାନେ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର, ଫାୟାର ଆଲାର୍ମ, ଫାୟାର ବକେଟ, ନିଆଁ ଲିଭାଇବା ପାଇଁ ଆବଶ୍ୟକ ସରଞ୍ଜାବ ଏବଂ ୱାଟର ଷ୍ଟୋରେଜ୍‍ ବ୍ୟବସ୍ଥାକୁ ଯାଞ୍ଚ କରିଥିଲେ ।


ସୂଚନାଯୋଗ୍ୟ ଦିଲ୍ଲୀରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ପରେ ରାଜ୍ୟ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ।ଆଗାମୀ ଦିନରେ ସହରର ଅନ୍ୟ ସମସ୍ତ ସରକାରୀ ଓ ବେସରକାରୀ ଅଟ୍ଟାଳିକାଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି ।

Comments are closed, but trackbacks and pingbacks are open.