ଅର୍ଥମନ୍ତ୍ରୀଙ୍କୁ ନବୀନଙ୍କ ଭରସା ନାହିଁ!

0 605

ଭୁବନେଶ୍ୱର: ବିଜୁ ଜନତା ଦଳ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ୧୭ତମ ଲୋକସଭା ନିର୍ବାଚନ ପାଇଁ ୧୯ଜଣ ପ୍ରାର୍ଥୀ ଓ ଓଡିଶା ବିଧାନସଭା ନିର୍ବାଚନ ପାଇଁ ୧୩୭ଜଣ ପ୍ରାର୍ଥୀଙ୍କର ନାମ ଘୋଷଣା କରିଛି । ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ବିଭିନ୍ନ ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ଅନେକ ଗୁଡିଏ ନେତା ସମେତ ବରିଷ୍ଠ ନେତାଙ୍କୁ ଦଳରେ ଅବହେଳା କରାଯାଇଥିବା ଅଭିଯୋଗ ଆସିଛି । ଟିକେଟ ନ ମିଳିବା ପରେ ଇତି ମଧ୍ୟରେ ବିଜେଡିରୁ ଅନେକ ଗୁଡ଼ିଏ ନେତା ଇସ୍ତଫା ଦେଇ ସାରିଛନ୍ତି । ମୋରଡା ବିଧାୟକ ପ୍ରବୀଣ ଭଂଜଦେଓ ଓ ପୂର୍ବତନ ସାଂସଦ ଅର୍ଜୁନ ଚରଣ ସେଠୀ ବିଜେଡି ଛାଡ଼ିସାରିଛନ୍ତି । ଏହାରି ମଧ୍ୟରେ ଚର୍ଚ୍ଚା ହୋଉଛି ଯେ ଅର୍ଥମନ୍ତ୍ରୀ ମାନଙ୍କୁ ନବୀନଙ୍କ ଭରସା ନାହିଁ ।

ଜୟଦେବ ନିର୍ବାଚନ ମଣ୍ଡଳୀରୁ ବିଧାୟକ ତଥା ରାଜ୍ୟ ସରକାରଙ୍କ ଅର୍ଥମନ୍ତ୍ରୀ ଶଶୀଭୁଷଣ ବେହେରାଙ୍କୁ ବିଜେଡି ଟିକେଟ ନ ମିଳିବା ପରେ ଏହା ଆହୁରି ସ୍ପଷ୍ଟ ହୋଇଛି । ଜୟଦେବ ଆସନରେ ଅରବିନ୍ଦ ଢାଲିଙ୍କୁ ନବୀନ ଟିକେଟ ଦେଇଛନ୍ତି । ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ ନବୀନ ଅତୀତରେ ମଧ୍ୟ ତାଙ୍କର ସରକାରରେ ଅର୍ଥମନ୍ତ୍ରୀ ମାନଙ୍କୁ ଅବହେଳା କରିଥିଲେ । ଅତୀତରେ ରାମକୃଷ୍ଣ ପଟ୍ଟନାୟକ, ପ୍ରଫୁଲ୍ଲ ଘଡାଇ, ପଂଚାନନ କାନୁନଗୋ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମଧ୍ୟ ଶଶୀଭୁଷଣ ବେହେରାଙ୍କ ଭଳି ଅର୍ଥମନ୍ତ୍ରୀ ହେବା ପରେ ଟିକେଟ ମିଳିନଥିଲା । ଏହା ପରେ ଏହି ୪ଜଣ ବରିଷ୍ଠ ନେତା ମାନଙ୍କର ରାଜନୈତିକ କ୍ୟାରିୟର ଏକ ପ୍ରକାର ଶେଷ ହୋଇଯାଇଥିଲା ।

Leave A Reply