ଭୁବନେଶ୍ୱରରେ ଆସନ୍ତା ବର୍ଷ ସେପ୍ଟେମ୍ବରରେ ହେବ ୧୭ବର୍ଷରୁ କମ୍‍ ମହିଳା ଫିଫା ବିଶ୍ୱକପ୍‍

0 999

ଭୁବନେଶ୍ୱର – ୨୦୨୦ ସେପ୍ଟେମ୍ବର ୨୧ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ୧୭ବର୍ଷରୁ କମ୍‍ ମହିଳା ଫିଫା ବିଶ୍ୱକପ୍‍ ଅନୁଷ୍ଠିତ ହେବ । ଏଥିପାଇଁ ଫିଫା ପକ୍ଷରୁ ଭୁବନେଶ୍ୱର ସମେତ ଦେଶର ୫ଟି ସହରକୁ ଅନୁଧ୍ୟାନ କରାଯାଇଛି ।
ଟୁର୍ଣ୍ଣାମେଣ୍ଟର ଆୟୋଜନ ଦୌଡ଼ରେ ଥିବା ଅନ୍ୟ ସହରଗୁଡ଼ିକ ହେଲା କୋଲକାତା, ଅହମ୍ମଦାବାଦ, ଗୋଆ ଓ ନଭୀମୁମ୍ବାଇ । ୨୦୨୦ରେ ୧୭ ବର୍ଷରୁ କମ୍‍ ମହିଳା ଫିଫା ବିଶ୍ୱକପ ଭାରତରେ ଆୟୋଜନ ହେବ ବୋଲି
ଗତ ମାର୍ଚ୍ଚରେ ଫିଫା ସଭାପତି ଜିଆନି ଇନ୍‍ଫାଣ୍ଟିନୋ ଘୋଷଣା କରିଥିଲେ ।

Leave A Reply