ଫିଫା ଓ କିସ୍‍ର ମିଳିତ ସହଯୋଗରେ କିସ୍‍ ପରିସରେ ‘ଫୁଟ୍‍ବଲ୍‍ ଫର୍‍ ସ୍କୁଲ୍‍’ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍‍ ମୋ୍‍ଡରେ ଉଦ୍‍ଘାଟନ କରିଛନ୍ତି

0 116

ଫିଫା ଓ କିସ୍‍ର ମିଳିତ ସହଯୋଗରେ କିସ୍‍ ପରିସରେ ‘ଫୁଟ୍‍ବଲ୍‍ ଫର୍‍ ସ୍କୁଲ୍‍’ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍‍ ମୋ୍‍ଡରେ ଉଦ୍‍ଘାଟନ କରିଛନ୍ତି । ପ୍ରଥମ ଥର ଲାଗି ଭାରତରେ ଫିଫା ସହଯୋଗରେ ଏହି କାର୍ଯ୍ୟକ୍ରମ ହେଉଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ରୀଡ଼ା କ୍ଷେତ୍ରରେ ବିନିଯୋଗ ହିଁ ଯୁବକଙ୍କପାଇଁ ବିନିଯୋଗ ।

ଯୁବକଙ୍କ କ୍ଷେତ୍ରରେ ବିନିଯୋଗ ହେଉଛି ଭବିଷ୍ୟତ ପାଇଁ ବିନିଯୋଗ । ଏହି ପ୍ରକାର ସହଯୋଗ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାରେ ଫୁଟ୍‍ବଲ୍‍କୁ ଅନ୍ତର୍ଭୁକ୍ତ କରିବା ତୃଣମୂଳ ସ୍ତରରେ ଛାତ୍ରଛାତ୍ରୀଙ୍କ ପାଇଁ ଏଥିପ୍ରତି ଆଗ୍ରହ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କରୋନା କଟକଣା ମଧ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୁଇଜରଲାଣ୍ଡ୍‍ର ସାଂସଦ ଡକ୍ଟର ନିକ୍‍ ଗଗର୍‍, ଫିଫାର ସଭାପତି ଜିଏନି ଇନ୍‍ଫାଣ୍ଟିନୋ ଯୋଗ ଦେଇଥିଲେ ।

Leave A Reply