ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୧୭ ବର୍ଷରୁ କମ୍ ଫିଫା ମହିଳା ଫୁଟବଲ୍ ବିଶ୍ୱକପ୍ ପ୍ରତିଯୋଗିତା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ସୂଚନା ପ୍ରସାରଣ ଓ କ୍ରୀଡା ଏବଂ ଯୁବବ୍ୟାପାର ମନ୍ତ୍ରୀ ଅନୁରାଗ ସିଂ ଠାକୁର, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ନିଶଥ ପରମାଣିକ ଓ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ, ଫିଫା ମହାସଚିବ ଫାତିମା ସମୋଉରା, ଏ.ଆଇ.ଏଫ୍.ଏଫ୍. ସଭାପତି କଲ୍ୟାଣ ଚୌବେ, ସାଧାରଣ ସମ୍ପାଦକ ସାଜି ପ୍ରଭାକରନ୍ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ଉଦଘାଟନୀ ମ୍ୟାଚ୍ର ପ୍ରଥମ ମ୍ୟାଚ୍ରେ ବ୍ରାଜିଲ୍ ମରୋକୋକୁ ହରାଇଥିବାବେଳେ ଦ୍ୱିତୀୟ ମ୍ୟାଚ୍ରେ ଆମେରିକା ଭାରତକୁ ୮-୦ ଗୋଲ୍ରେ ପରାସ୍ତ କରିଛି । ଏଥିରେ ୧୬ଟି ଦଳ ଭାଗ ନେଇଥିବାବେଳେ ସେମାନଙ୍କୁ ୪ଟି ଗ୍ରୁପ୍ରେ ରଖାଯାଇଛି ।
Comments are closed, but trackbacks and pingbacks are open.