ଖାଇବା ତେଲ ଦର ଗତବର୍ଷ ଅପେକ୍ଷା ସେପ୍ଟେମ୍ବର ମାସରେ ହ୍ରାସ ପାଇଛି
ଦେଶରେ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିଶେଷ କରି ଖାଇବା ତେଲ ଦର ଗତବର୍ଷ ଅପେକ୍ଷା ସେପ୍ଟେମ୍ବର ମାସରେ ହ୍ରାସ ପାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଅନ୍ତଃରାଷ୍ଟ୍ରୀୟ ବଜାରରେ ଖାଇବା ତେଲ ଦର ମଧ୍ୟ ହ୍ରାସ ପାଇଛି । କେନ୍ଦ୍ର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ନିୟମିତ ଭାବେ ଖାଇବା ତେଲ ଉତ୍ପାଦନ କରୁଥିବା କମ୍ପାନୀ ଗୁଡ଼ିକ ସହ ଆଲୋଚନା ଜାରି ରଖିଛନ୍ତି । ଫଳରେ ବଜାରରେ ଏହାର ସୁଲଭ ଉପଲବ୍ଧତା ଓ ଦର ନିୟନ୍ତ୍ରଣ କରାଯାଇପାରୁଛି ।
ସାରା ବିଶ୍ୱରେ ଗତ ଦୁଇ ମାସ ଧରି ଖାଇବା ତେଲ ଦର ଟନ୍ ପିଛା ଚାରି ଶହରୁ ପାଞ୍ଚ ଶହ ଆମେରିକୀୟ ଡଲାର ହ୍ରାସ ପାଇଛି । ଯାହାର ପ୍ରଭାବ ଖୁଚୁରା ବଜାର ଉପରେ ପଡ଼ିଛି ଓ ତେଲ ଦର ହ୍ରାସ ପାଇଛି ।
ଚଳିତ ବର୍ଷର ରସାୟନ ବିଜ୍ଞାନ ପାଇଁ ସମ୍ମାନ ଜନକ ନୋବେଲ
ପୁରସ୍କାର ଘୋଷଣା କରାଯାଇଛି । ଆମେରିକାର ରସାୟନ ବିଜ୍ଞାନୀ
କ୍ୟାରୋଲିନ ବେରତୋଜି ଓ ବେରି ଶାର୍ପଲେସ୍ ଏବଂ ଡେନମାର୍କର
ମୋର୍ଟେନ ମେଲାଡାଲ ମିଳିତଭାବେ ଏହି ପୁରସ୍କାର ପାଇବାକୁ ମନୋନୀତ
ହୋଇଛନ୍ତି । ରସାୟନ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ଲାଗି
ଏହି ତିନି ଜଣଙ୍କୁ ମନୋନୀତ କରାଯାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ
୮୧ ବର୍ଷୀୟ ସାର୍ପଲେସ୍ ଦ୍ୱିତୀୟ ଥର ପାଇଁ ଏହି ପୁରସ୍କାର ପାଇବେ ।
ପୂର୍ବରୁ ୨୦୦୧ ମସିହାରେ ସେ ରସାୟନ ବିଜ୍ଞାନ ପାଇଁ ପୁରସ୍କାର
ପାଇଥିଲେ ।
Comments are closed, but trackbacks and pingbacks are open.