ବ୍ରହ୍ମପୁର: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜନ କରାଯାଇଥିବା ଦୁଇଦିନିଆ ଗୋଷ୍ଠୀ ସଂପୃକ୍ତି ସମ୍ପର୍କ କାର୍ଯ୍ୟକ୍ରମ ଉଡାନ୍ର ଉଦଯାପନୀ ଦିବସରେ ଜଳବାୟୁ ସ୍ଥିରତା କୃଷିରେ ନବସୃଜନ ଉପରେ ଆଲୋଚନା କରିବା ଲାଗି କୃଷକ ଓ ବୈଜ୍ଞାନିକଙ୍କ ସମାବେଶ ହୋଇଥିଲା ।
ଗଂଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ତଥା କାର୍ଯ୍ୟନିର୍ବାହୀ ଅଧିକାରୀ କିର୍ତୀ ଭାସନ ଭି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ କୃଷିରେ ସର୍ବାଧିକ ଲାଭ ହାସଲ କରିବା ଲାଗି ଆୟ ସୃଷ୍ଟିକାରୀ କାର୍ଯ୍ୟକଳାପରେ ଦୃଢ଼ ରହିବାକୁ ସେ ଉପସ୍ଥିତ କୃଷକଙ୍କୁ ପରାମର୍ଶ ଦେଇଥିଲେ । ଆଗାମୀ ବର୍ଷଗୁଡ଼ିକରେ କୃଷକ ମାନେ ନିଜର ଆୟକୁ ବହୁଗୁଣିତ କରିବା ଏବଂ ସମାଜରେ ନିରନ୍ତର ଅଭିବୃ୍ଧି ଲାଗି ଏକ ମଡେଲ୍ ସୃଷ୍ଟିକୁ କରିବାକୁ ସେ ଆଶାପ୍ରକାଶ କରିଛନ୍ତି ।
ଚଳିତ ବର୍ଷର କାର୍ଯ୍ୟକ୍ରମ ବିପର୍ଯ୍ୟୟ ବିପଦ ହ୍ରାସ ଜରିଆରେ ଜଳବାୟୁ ସ୍ଥିରତାର ଏକ ସଂସ୍କୃତି ଗଠନ କରିବା ଉପରେ ପର୍ଯ୍ୟବେସିତ କାହାଣୀକୁ ବର୍ଣ୍ଣନା କରାଯାଇଥିଲା । ଏହି ଅବସରରେ ବହୁ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଟାଟା ଷ୍ଟିଲ୍ର ଓଡ଼ିଶା ସିଏସ୍ଆର୍ ମୁଖ୍ୟ ଶ୍ରୀ ଅମ୍ବିକା ପ୍ରସାଦ ନନ୍ଦ କହିଛନ୍ତି ଯେ, “ଫାଉଣ୍ଡେସନ୍ର ଗୁରୁତ୍ୱ ହେଉଛି ଜଳବାୟୁ ସ୍ଥିରତାର ଏକ ସଂସ୍କୃତି ଗଠନ କରିବାସହ ଗୋପାଳପୁର ପାରିପାଶ୍ୱିର୍କ ଅଂଚଳରେ ବିପର୍ଯ୍ୟୟ ବିପଦ ହ୍ରାସ ସମସ୍ୟାର ସମାଧାନ କରିବା ଏବଂ ଆଗାମୀ ପାଂଚ ବର୍ଷ ପର୍ଯ୍ୟନ୍ତ ସମାନ ଗୁରୁତ୍ୱ ସହ ବିଭିନ୍ନ ଅଂଶୀଦାରଙ୍କ ସହିତ ମିଶି ଆମେ କାର୍ଯ୍ୟ ଜାରି ରଖିବୁ ବୋଲି ଶ୍ରୀ ନନ୍ଦ କହିଛନ୍ତି ।’’
ଫେବ୍ରୁଆରି ୨୩ର ଉଦ୍ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଅର୍ଥନୈତିକ ସ୍ତରରେ ପଛୁଆ ଏସ୍ସି/ ଏସ୍ଟି ପରିବାରର ୨୯୮ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଜ୍ୟୋତି ଶିକ୍ଷାବୃତି ପ୍ରଦାନ କରାଯାଇଥିଲା । ଜଳବାୟୁ ସ୍ଥିରତା ଉପରେ ଆଲୋଚନା କରିବା ଲାଗି ପାରିପାଶ୍ୱିର୍କ ଗ୍ରାମର ମହିଳା ଏସ୍ଏଚ୍ଜି ସଦସ୍ୟା ଓ କିଶୋରୀ ବାଳିକାଙ୍କ ମଧ୍ୟ ସମାଗମ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.