ନୂଆଦିଲ୍ଲୀ . – ୨୦୨୨ ସୁଦ୍ଧା କୃଷକମାନଙ୍କ ଆୟ ଦ୍ୱିଗୁଣିତ କରିବା ଲାଗି ସରକାର ପ୍ରତିବଦ୍ଧ । ଉତ୍ପାଦକତା ବୃଦ୍ଧି, ଚାଷ ବାବଦ ବ୍ୟୟ ହ୍ରାସ ଏବଂ ବଜାର ବ୍ୟବସ୍ଥା ସମେତ ଫସଲ ପରବର୍ତ୍ତୀ ପରି ପରିଚାଳନାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ବିଭିନ୍ନ ବଜାର ସଂସ୍କାର କାର୍ୟ୍ୟକାରୀ କରାଯାଇଛି । ଏଥିମଧ୍ୟରେ ରହିଛି ମଡେଲ କୃଷିଜାତ ଉତ୍ପାଦ ଏବଂ ପଶୁପାଳନ ବଜାର ଆଇନ, ୨୦୧୭ ଏବଂ ମଡେଲ ଠିକା ଚାଷ ବ୍ୟବସ୍ଥା ଏବଂ ସେବା ଆଇନ, ୨୦୧୮ । ଆଇନ ପ୍ରଣୟନ ଦ୍ୱାରା କେତେଗୁଡ଼ିଏ ରାଜ୍ୟ ଏହାକୁ କାର୍ୟ୍ୟକାରୀ କରିବା ଲାଗି ପଦକ୍ଷେପ ନେଇଛନ୍ତି ।
ନୂତନ ବଜାର ବ୍ୟବସ୍ଥା ପାଇଁ ପ୍ରୟାସ କରାଯାଉଛି, ଯଦ୍ଦ୍ୱାରା କୃଷକମାନେ ସେମାନଙ୍କ ଉତ୍ପାଦର ଲାଭକାରୀ ମୂଲ୍ୟ ସୁନିଶ୍ଚିତ ଭାବେ ପାଇପାରିବେ । ଏଥିମଧ୍ୟରେ ରହିଛି ଗ୍ରାମୀଣ କୃଷି ବଜାର ପ୍ରତିଷ୍ଠା କରିବାଦ୍ଵାରା ଚାଷ ଜମି ନିକଟରେ କୃଷକମାନଙ୍କୁ ୨୨,୦୦୦ ସଂଖ୍ୟକ ଖୁଚୁରା ବଜାରକୁ ପ୍ରୋତ୍ସାହନ ମିଳିପାରିବ; ଇ-ନାମ ଜରିଆରେ ଏପିଏମସିରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ଏବଂ ପାରଦର୍ଶୀ ସାମୁହିକ ବ୍ୟବସାୟ ଏବଂ ସୁଦୃଢ଼ ଏବଂ କୃଷକ ସହଯୋଗ ରପ୍ତାନି ନୀତି ।
ଏହାଛଡ଼ା, ଅନ୍ୟ କେତେକ କୃଷକ-ସହଯୋଗୀ ପଦକ୍ଷେପ ଯେପରିକି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା, ପରମ୍ପରାଗତ କୃଷି ବିକାଶ ଯୋଜନା ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଂଟନ ଭଳି ପଦକ୍ଷେପ କାର୍ୟ୍ୟକାରୀ କରାଯାଇଛି । କୃଷକଙ୍କ କଲ୍ୟାଣ ପାଇଁ ପ୍ରତିବଦ୍ଧତାର ପ୍ରତିଫଳନ ସ୍ୱରୂପ କୃଷକଙ୍କ ଆୟ ବୃଦ୍ଧି କରିବା ଲାଗି ଉତ୍ପାଦନ ମୂଲ୍ୟର ଦେଢ଼ଗୁଣ ସୂତ୍ର ଆଧାରରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ନିର୍ଦ୍ଧାରଣ କରାଯାଇଛି ।