ବିଶ୍ୱାସମୁଖ୍ୟ ଖବରଲାଇଫଷ୍ଟାଇଲ ଆଖି ଡେଇଁଲେ ଭଲ ,ଖରାପ , ସତ୍ୟତା ଓ ଅନ୍ଧ ବିଶ୍ୱାସ ଆଖି ଡେଇଁଲେ ଭଲ ,ଖରାପ , ସତ୍ୟତା ଓ ଅନ୍ଧ ବିଶ୍ୱାସ By odishanext On May 31, 2018 0 1,793 Share ବାମ ଆଖି ଡେଇଁବା ବାମ ଆଖି ଡେଇଁବାକୁ ଆମେ ଅଶୁଭ ମାନି ଥାଉ। ଏହି ପ୍ରଥାକୁ ନେଇ ଦେଶର ବିଭିନ୍ନ ସଂସ୍କୃତିର ଭିନ୍ନଭିନ୍ନ କଥା ଦେଖିବାକୁ ମିଳିଥାଏ। କେଉଁମାନେ ଭାବନ୍ତି ମହିଳାଙ୍କ ବାମ ଆଖି ଓ ପୁରୁଷର ଡାହାଣ ଆଖି ଡେଇଁଲେ ଶୁଭ। ବିଭିନ୍ନ ସ୍ଥାନକୁ ନେଇ ଏ ସମ୍ପର୍କରେ ଭିନ୍ନ ଭିନ୍ନ ପ୍ରଥା ରହିଛି। ବୈଜ୍ଞାନିକଙ୍କ ମତରେ ଏହା ଏକ ସାମାନ୍ୟ ପ୍ରକ୍ରିୟା। ଚକ୍ଷୁରେ ଥିବା ମାଂଶପେଶୀ କାରଣରୁ ଆଖି ଡେଇଁ ଥାଏ। ଏହା ଚିକିତ୍ସା ସହ ଜଡ଼ିତ। ତେବେ ପୁରୁଷଙ୍କ ଡାହାଣ ଆଖି ଓ ମହିଳାଙ୍କ ବାମ ଆଖି ଡେଇଁଲେ ଶୁଭ ଖବର ମିଳିଥାଏ ବୋଲି ଆମେ ବିଶ୍ୱାସ କରୁ। ମାତ୍ର ଆଖିର ମାଂସପେଶରୀରେ ବକ୍ରତା କିମ୍ବା କୌଣସି ଅସୁବିଧା କାରଣରୁ ଏହା ହୋଇଥାଏ । ଏହା କିଛି ସେକେଣ୍ଡ କିମ୍ବା ମିନଟ ପାଇଁ ହୋଇଥାଏ । ବିନା ଚିକିତ୍ସାରେ ଆପେ ଆପେ ଭଲ ହୋଇଯ଼ାଏ ମାତ୍ର ଏହା ବାରମ୍ବାର ହେଲେ ଚକ୍ଷୁ ବିଶେଷଜ୍ଞଙ୍କର ପରାମର୍ଶ ନେବା ଆବଶ୍ୟକ । ଏହାକୁ blepharospasm କୁହାଯାଏ । ଏପରି ହେଲେ ଭଲ ଭାବରେ ଶୁଅନ୍ତୁ । କାଫିନ ଥିବା କଫି କିମ୍ବା ଅନ୍ୟ ଖାଦ୍ୟ ଖାଆନ୍ତୁ । ଡାକ୍ତରଙ୍କ ପରାମର୍ଶରେ ଆଇ ଡ୍ରପ ପକାନ୍ତୁ । 0 1,793 Share