ଜୁନାଗଡ ରୋଡ-ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନ କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରୁ ଭୁବନେଶ୍ୱରକୁ ଚଳାଚଳ ଆରମ୍ଭ

0 1,023

କଳାହାଣ୍ଡି- ଜୁନାଗଡ ରୋଡ-ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନ କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରୁ ଭୁବନେଶ୍ୱରକୁ ଆଜିଠାରୁ ଚଳାଚଳ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଜୁନାଗଡ ରୋଡ ରେଳଷ୍ଟେସନ ଠାରେ ଓଡିଶାର ଗୃହ, ଶକ୍ତି ଓ ଏମଏସ୍‍ଏମ୍‍ଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବିରୋଧୀ ଦଳା ନେତା ପ୍ରଦୀପ୍ତ କୁମାର ନାଏକ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ପ୍ରମୁଖ ଯୋଗଦେଇ ଏହାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ପୂର୍ବରୁ ଜୁନାଗଡ ରୋଡ ଲିଙ୍କ ଏକ୍ସପ୍ରେସ ଟ୍ରେନଟି ଜୁନାଗଡରୁ ରାୟଗଡା ଆସି ଜଗଦଲପୁର ଭୁବନେଶ୍ୱର
ହୀରାଖୁଣ୍ଟ ଟ୍ରେନ ଆସିବା ପରେ ତାହା ସଙ୍ଗରେ ଯୋଡା ଯାଇଥିଲା । ତେବେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପରଲୋକ ଘଟିବାରୁ ରେଳ ସଦନରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲା। ଏହା ସହ ଓଡିଆ ଭାଷାର ଅସଂରକ୍ଷିତ ଟିକଟ ପ୍ରଚଳର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ମଧ୍ୟ ସ୍ଥଗିତ ରଖାଯାଇଛି ।
ସୂଚନାଯୋଗ୍ୟ ଯେ, ପୂର୍ବତଟ ରେଳପଥର ମୁଖ୍ୟାଳୟ ରେଳସଦନଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜୁନାଗଡଭୁବନେଶ୍ୱର-ଜୁନାଗଡ ରୋଡ ଏକ୍ସପ୍ରେସ ପତାକା ଦେଖାଇ ଶୁଭାରମ୍ଭ
କରିଥାନ୍ତେ ।

Leave A Reply