ନୂଆଦିଲ୍ଲୀ . -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଭାରି ଓ ଆଂଶିକଭାବେ ହାଲୁକା ଆଖୁରସ ଏବଂ ଆଖୁରସରୁ ପ୍ରସ୍ତୁତ ୧୦୦% ଇଥାନଲର ମୂଲ୍ୟ ନିର୍ଦ୍ଧାରଣ/ ସଂଶୋଧନ ପ୍ରସ୍ତାବକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ୨୦୧୮-୧୯ ଆର୍ଥିକ ବର୍ଷର ଇଥାନଲ ଯୋଗାଣ କାର୍ୟ୍ୟକ୍ରମରେ ଏହି ବର୍ଦ୍ଧିତ ମୂଲ୍ୟ ପ୍ରସ୍ତାବ ରହିଥିଲା । ଏହି ଇଥାନଲ ଯୋଗାଣ ବର୍ଷ ଡ଼ିସେମ୍ବର ୧, ୨୦୧୮ ଠାରୁ ନଭେମ୍ବର ୩୦, ୨୦୧୯ ପର୍ୟ୍ୟନ୍ତ ନିମ୍ନମତେ କାର୍ୟ୍ୟକାରୀ ହେବ:
ଇଥାନଲ ଯାହାକି ଭାରି ଗୁଡ଼/ ଆଂଶିକଭାବେ ଆଖୁରସରୁ ସଂଗୃହୀତ ହୋଇଥାଏ ତାହାର ମିଲ ପୂର୍ବର ମୂଲ୍ୟ ଲିଟର ପିଛା ୫୨ଟଙ୍କା ୪୩ ପଇସା (ଏବେ ଏହାର ଲିଟର ପିଛା ମୂଲ୍ୟ ଟ.୪୭.୧୩ପଇସା ରହିଛି) କୁ ବୃଦ୍ଧି କରାଯାଇଛି ।
ଇଥାନଲ ଯାହାକି ୧୦୦% ଆଖୁରସରୁ ସଂଗୃହୀତ ତାହାର ମିଲ ପୂର୍ବର ମୂଲ୍ୟ ଲିଟର ପିଛା ୫୯ ଟଙ୍କା ୧୩ ପଇସା (ଏବେ ଏହାର ମୂଲ୍ୟ ଲିଟର ପିଛା ଟ.୪୭.୧୩ପଇସା ଅଛି)କୁ ବୃଦ୍ଧି ଘଟାଯାଇଛି । ଯେଉଁ ମିଲମାନେ ଯେଉଁମାନେ ସେମାନଙ୍କର ଆଖୁରସକୁ ୧୦୦% ଇଥାନଲ ପାଇଁ ଯୋଗାଇବେ ଏବଂ ସେଥିରୁ କୌଣସି ଚିନି ଉତ୍ପାଦନ କରିବେ ନାହିଁ ସେମାନଙ୍କ ସକାଶେ ଏହି ମୂଲ୍ୟ ଧାର୍ୟ୍ୟ ହେବ ।ଏହାତିରିକ୍ତ, ଏଥିରେ ଜିଏସଟି ଏବଂ ପରିବହନ ବ୍ୟୟ ମଧ୍ୟ ଲାଗୁହେବ । ଓଏମସିମାନଙ୍କୁ ପରାମର୍ଶ ଦିଆଯାଇଛି ଯେ ସେମାନେ ବାସ୍ତବତା ଭିତ୍ତିରେ ପରିବହନ ମୂଲ୍ୟ ନିର୍ଦ୍ଧାରଣ କରିବେ ଯଦ୍ଦ୍ୱାରା ଦୀର୍ଘ ବାଟକୁ ଇଥାନଲ ଯୋଗାଣ ଯେଭଳି ବ୍ୟାହତ ନହୁଏ । ଓଏମସିମାନଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ଅଗ୍ରାଧିକାର ଭିତ୍ତିରେ ଇଥାନଲ ୧) ୧୦୦% ଆଖୁରସରୁ ସଂଗୃହୀତ, ୨) ଭାରି ଗୁଡ଼/ ଆଂଶିକଭାବେ ଆଖୁରସରୁ ସଂଗୃହୀତ, ୩) ଭାରି ଗୁଡ ଏବଂ ୪) ଖାଦ୍ୟଶସ୍ୟ/ ଅନ୍ୟାନ୍ୟ ଉତ୍ସରୁ ଏହାକୁ ସଂଗ୍ରହ କରିବେ ।
ସରକାରଙ୍କ ଏହି ନିଷ୍ପତ୍ତି ବିବିଧ ଉଦ୍ଦେଶ୍ୟ ସାଧନ କରିବ ଯଥା ଦେଶରେ ଅତିରିକ୍ତ ଚିନି ଉତ୍ପାଦନକୁ ହ୍ରାସ କରିବ, ଚିନିକଳକୁ ବନ୍ଦ କରିବା କାର୍ୟ୍ୟ ବୃଦ୍ଧି ପାଇବା ସହ ସେମାନେ ଆଖୁଚାଷୀମାନଙ୍କ ଦେୟ ଶୁଝି ପାରିବେ ଏବଂ ଅଧିକ ପରିମାଣର ଇଥାନଲ ଉପଲବ୍ଧ ହେବ ଯାହାକି ଇଥାନଲ ମିଶ୍ରିତ ପେଟ୍ରୋଲ କାର୍ୟ୍ୟକ୍ରମକୁ ତ୍ୱରାନ୍ୱିତ କରିବ ।
ଏହି ଯୋଜନାର ସମସ୍ତ ଡ଼ିଷ୍ଟିଲେରୀ ଉପକାର ପାଇପାରିବେ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ଇବିପ କାର୍ୟ୍ୟକ୍ରମକୁ ଇଥାନଲ ଯୋଗାଇ ପାରିବେ । ଇଥାନଲ ଯୋଗାଣକାରୀମାନଙ୍କୁ ପ୍ରୋତ୍ସାହନ ଭିତ୍ତିକ ମୂଲ୍ୟ ପ୍ରଦାନ କରାଯିବ ଯାହା ଫଳରେ ସେମାନେ ଆଖୁଚାଷୀମାନଙ୍କ ବକେୟା ଦେୟ ପ୍ରଦାନ କରିପାରିବେ । ଏହି ପ୍ରକ୍ରିୟାରେ ଆଖୁଚାଷୀମାନଙ୍କ ସମସ୍ୟାକୁ ସମାଧାନ କରିବାରେ ସେମାନଙ୍କର ଅବଦାନ ରହିବ ।ଇବିପି କାର୍ୟ୍ୟକ୍ରମ ସକାଶେ ଇଥାନଲ ଉପଲବ୍ଧତା ଇଥାନଲ ସଂଗ୍ରହର ମୂଲ୍ୟ ବୃଦ୍ଧି ଯୋଗୁ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇବ । ବିଶେଷକରି ଭାରି ଗୁଡ଼/ ଆଂଶିକଭାବେ ଆଖୁରସରୁ ସଂଗୃହୀତ ରସ ଏବଂ ଆଖୁରସର ୧୦୦% ପ୍ରସ୍ତୁତ ଇଥାନଲର ମୂଲ୍ୟ ପ୍ରଥମ ଥର ପାଇଁ ବୃଦ୍ଧି କରାଯାଇଛି ।ପେଟ୍ରୋଲରେ ଇଥାନଲ ମିଶ୍ରଣ ବୃଦ୍ଧି କରାଯିବା ଦ୍ୱାରା ଅନେକ ଉପକାର ସାଧିତ ହେବ ଯେଉଁଥିରେ ଆମଦାନି ନିର୍ଭରଶୀଳତା ହ୍ରାସ, କୃଷିକ୍ଷେତ୍ରକୁ ସହଯୋଗ, ଅଧିକ ମାତ୍ରାରେ ପର୍ୟ୍ୟାବରଣ ଅନୁକୂଳ ଇନ୍ଧନ ବ୍ୟବହାର, ପ୍ରଦୂଷଣ ହ୍ରାସ ଏବଂ କୃଷକମାନଙ୍କ ଉପାର୍ଜନ ବୃଦ୍ଧି ପାଇବ ।