୧୨ ତାରିଖ ସୁଦ୍ଧା ପୁରୀ ବଡଦାଣ୍ଡ , ୧୫ରେ ଗଳି କନ୍ଦିରେ ସ୍ୱାଭାବିକ ହେବ ବିଦ୍ୟୁତ ଯୋଗାଣ

ରାଜଧାନୀ ଭୁବନେଶ୍ୱର ଓ କଟକରେ ସ୍ୱାଭାବିକ ହେଲା ବିଦ୍ୟୁତ ଯୋଗାଣ

0 527

ବିଦ୍ୟୁତ  ସଂଯୋଗୀକରଣ ଭିତ୍ତିଭୂମିକୁ ସ୍ୱାଭାବିକ କରିବା ପାଇଁ ତ୍ୱରିତ ବେଗରେ କାର୍ଯ୍ୟ ଚାଲିଛି । ଭୁବନେଶ୍ୱର ସହରରେ ସେସୁ ଅଧୀନସ୍ଥ ତିନୋଟି ଡିଭିଜନର ୧୫୬ଟି ଫିଡର ମଧ୍ୟରୁ ଆଜି ସୁଦ୍ଧା ୬୫ଟି ୧୧ କେଭି ଫିଡର କାର୍ଯ୍ୟକ୍ଷମ ହୋଇପାରିଛି । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୦ ତାରିଖ ସୁଦ୍ଧା ୮୦ ପ୍ରତିଶତ ବିଦ୍ୟୁତ ସଂଯୋଗୀକରଣ ବ୍ୟବସ୍ଥା ଏବଂ ୧୨ ତାରିଖ ସୁଦ୍ଧା ଶତପ୍ରତିଶତ ବିଦ୍ୟୁତ ସଂଯୋଗୀକରଣ କାର୍ଯ୍ୟ ସଂପୂର୍ଣ କରିବା ପାଇଁ ଉଦ୍ୟମ ଜାରି ରହିଛି । ୯ ତାରିଖ ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟଠାରୁ ବହୁ ଅଧିକ ସଂଖ୍ୟକ ଉପଭୋକ୍ତାଙ୍କୁ ଭୁବନେଶ୍ୱରରେ ବିଦ୍ୟୁତ ସେବା ଯୋଗାଇ ଦିଆଯାଇ ପାରିଛି । ଅତଏବ ୧୨ ତାରିଖ ସୁଦ୍ଧା ଭୁବନେଶ୍ୱର ସହରକୁ ସଂପୂର୍ଣ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରାଯାଇପାରିବ । ୧୨ ତାରିଖ ସୁଦ୍ଧା ପୁରୀ ବଡ଼ଦାଣ୍ଡରେ ବିଦ୍ୟୁତ ସଂଯୋଗୀକରଣ କରିବା ପାଇଁ ଜୋରଦାର କାର୍ଯ୍ୟ ଆଗେଇ ଚାଲିଛି । ପୁରୀ ଜିଲ୍ଲାରେ ନିୟୋଜିତ ୧୭୫ଟି ଗ୍ୟାଙ୍ଗର ପ୍ରାୟ ୧୮୦୦ ବିଦ୍ୟୁତ କର୍ମଚାରୀ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି । ୧୫ ତାରିଖରୁ ପୁରୀ ସହରର ଅବଶିଷ୍ଟ ଅଞ୍ଚଳ ଓ କୋଣାର୍କର ଉପଭୋକ୍ତାମାନଙ୍କ ପାଇଁ ବିଦ୍ୟୁତ ଯୋଗାଣ ଆରମ୍ଭ କରାଯିବା ନିମନ୍ତେ ନିରନ୍ତର କାର୍ଯ୍ୟ ଜାରି ରହିଛି । ପଡ଼ୋଶୀ ପଶ୍ଚିମବଙ୍ଗ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରୁ ପ୍ରାୟ ୩୦୦ ଗ୍ୟାଙ୍ଗ୍‌ ଅଣାଯାଇ ସଂଯୋଗୀକରଣ କାର୍ଯ୍ୟରେ ନିୟୋଜିତ କରାଯାଇଛି । ବିହାର ପ୍ରଦେଶରୁୁ ମାନବସମ୍ବଳ ଯୋଗାଇଦେବା ପାଇଁ ଅନୁରୋଧ କରାଯାଇଛି । ବିଦ୍ୟୁତ ସଂଯୋଗୀକରଣ ପାଇଁ ୫୦୦ରୁ ଊଦ୍ଧ୍ୱର୍ ଆଇଟିଆଇ ଓ ପଲିଟେକ୍‌ନିକ୍‌ ପ୍ରଶିକ୍ଷାର୍ଥୀ ଘରୋଇ ଉପଭୋକ୍ତାମାନଙ୍କୁ ସହଯୋଗ କରିବା ପାଇଁ ନିୟୋଜିତ ହୋଇଛନ୍ତି । ଏହି ପ୍ରଶିକ୍ଷାର୍ଥୀମାନେ ଘରଘର ବୁଲି ଘରୋଇ ବିଦ୍ୟୁତ ସେବା ସଜାଡ଼ିବାରେ ସହାୟତା କରିବେ । ବିସିଡିଡି -୧ର ବାକି ରହିଥିବା ୬ଟି ଫିଡରକୁ କାର୍ଯ୍ୟକ୍ଷମ କରିବା ପାଇଁ ଅବିରତ ପ୍ରଚେଷ୍ଟା ଚାଲିଛି । ସେହିଭଳି ବିସିଡିଡି-୨ ଅନ୍ତର୍ଗତ ୬୯ଟି ୧୧କେଭି ଫିଡର ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୯ଟିକୁ ଚାର୍ଜ କରାଯାଇ ୩୩ ହଜାର ବିଦ୍ୟୁତ ଉପଭୋକ୍ତାଙ୍କୁ ବିଦ୍ୟୁତ ଯୋଗାଇ ଦିଆଯାଇଛି ଏବଂ ଅତିରିକ୍ତ ୨୫ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସଂଯୋଗୀକରଣ ପାଇଁ ଉଦ୍ୟମ ଅବ୍ୟାହତ ରହିଛି । ଏହି ଉପଭୋକ୍ତାଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମର ବିଭିନ୍ନ ବସ୍ତିବାସିନ୍ଦା ମଧ୍ୟ ଅନ୍ତର୍ଭୁକ୍ତ । ସେହିଭଳି ଭୁବନେଶ୍ୱର ବିଦ୍ୟୁତ ଡିଭିଜନ୍‌ର ସହରାଞ୍ଚଳର ମୋଟ ୨୧ଟି ୧୧ କେଭି ଫିଡ଼ର ମଧ୍ୟରୁ ୧୫ଟି ଫିଡର୍‌ ଚାର୍ଜ କରାଯାଇଛି । ଅବଶିଷ୍ଟ ୬ଟି ଫିଡର୍‌କୁ ଆଜି ରାତି ସୁଦ୍ଧା କାର୍ଯ୍ୟକ୍ଷମ କରିବା ପାଇଁ ଉଦ୍ୟମ ଚାଲିଛି । ଭୁବନେଶ୍ୱର ବିଦ୍ୟୁତ ଡିଭିଜନ ଅନ୍ତର୍ଭୁକ୍ତ ସହରାଞ୍ଚଳର ୭୮ ହଜାର ଉପଭୋକ୍ତାଙ୍କ ମଧ୍ୟରୁ ୧୬ ହଜାର ଉପଭୋକ୍ତାଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି । ଭୁବନେଶ୍ୱରରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ହସ୍‌ପିଟାଲ୍‌ଗୁଡ଼ିକୁ ବିଦ୍ୟୁତ ସଂଯୋଗୀକରଣ ସଫଳତାର ସହିତ ସଂପନ୍ନ ହୋଇଛି । ୧୨ ତାରିଖ ସୁଦ୍ଧା ଭୁବନେଶ୍ୱରର ସମସ୍ତ ୨ ଲକ୍ଷ ୩୩ ହଜାର ଉପଭେକ୍ତାଙ୍କୁ ବିଦ୍ୟୁତ ଯୋଗାଣ କରିବା ଲକ୍ଷ୍ୟରେ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି ।

Leave A Reply