ଭୁବନେଶ୍ୱର – କୁକୁଡ଼ା ମାଂସ ଏବଂ ଅଣ୍ଡା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ନୁହେଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ସଚିବ ରଘୁବୀର ପ୍ରସାଦ କହିଛନ୍ତି, ପ୍ରଚାରିତ ହେଉଥିବା ଏ ସମ୍ପର୍କୀତ ନକାରାତ୍ମକ ଖବରର କୌଣସି ସତ୍ୟତା ନାହିଁ ।
ନିକଟରେ ସାମାଜିକ ଗଣମାଧ୍ୟମ କୁକୁଡ଼ା ମାଂସ ଏବଂ ଅଣ୍ଡା ଖାଇବା ନେଇ କରାଯାଇଥିବା ଅପପ୍ରଚାରକୁ ସେ ଖଣ୍ଡନ କରିଛନ୍ତି । ଏଭଳି ଗୁଜବରେ ବିଶ୍ୱାସ ନ କରିବା ପାଇଁ ଶ୍ରୀ ପ୍ରସାଦ କହିଛନ୍ତି ।