ରାଜଧାନୀରେ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ଲାଗି-ଅତ୍ୟାଧୁନିକ ଡ୍ରୋନ୍‍ କ୍ୟାମେରା

0 515

ଅତ୍ୟାଧୁନିକ ଡ୍ରୋନ୍‍ କ୍ୟାମେରା ରାଜଧାନୀରେ ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ଲାଗି କମିଶନରେଟ ପୁଲିସ୍‍ ପକ୍ଷରୁ ଏକ ଅତ୍ୟାଧୁନିକ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି । ରାଜଧାନୀରେ ୨୪ଘଣ୍ଟିଆ ପଇଁତରା ଲାଗି ୧୫ଟି ଅତ୍ୟାଧୁନିକ ଡ୍ରୋନ୍‍ କ୍ୟାମେରା କିଣାଯିବ । ଏଥିପାଇଁ ଦେଢ଼କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏକକାଳୀନ ତିନୋଟି ଡ୍ରୋନ୍‍ କ୍ୟାମେରା
ରାଜଧାନୀର ଆକାଶରେ ପଇଁତରା ମାରିବ ।

 

କଣ୍ଟ୍ରୋଲରୁମ୍‍ ଅଧୀନରେ ଯେପରି ପିସିଆର୍‍ ଭ୍ୟାନ୍‍ କାର୍ଯ୍ୟ କରୁଛି ସେହିଭଳି ଡ୍ରୋନ୍‍ ମାଧ୍ୟମରେ ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନର ଲକ୍ଷ୍ୟ ରଖାଯାଇଛି । କୌଣସି ସ୍ଥାନରୁ ଅପ୍ରୀତିକର ସୂଚନା ମିଳିବା ମାତ୍ରେ ଡ୍ରୋନ୍‍ ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚି ଚିତ୍ରଗୁଡ଼ିକୁ କଣ୍ଟ୍ରୋଲ ରୁମ୍‍କୁ ପଠାଇବ ।

କୌଣସି ଘଟଣା ବା ଅଘଟଣର ଗୁରୁତ୍ୱକୁ ଉପଲବ୍ଧି କରାଯାଇ ଆନୁଷଙ୍ଗୀକ ପଦକ୍ଷେପ ଗ୍ରହଣ କରାଯିବ । କମିଶନରେଟ୍‍ ପୁଲିସ୍‍ ପକ୍ଷରୁ ଏଭଳି ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ପୁଲିସ୍‍ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

Leave A Reply