ଡ୍ରୋନ ଉଡାଣ ପାଇଁ କେନ୍ଦ୍ରସରକାରଙ୍କ ଅନୁମତି, ବିଦେଶୀ ଉଡଇ ପାରିବେନି ଡ୍ରୋନ

0 560

ନୂଆଦିଲ୍ଲୀ.-ଡ୍ରୋନ୍ ଏକ ଟେକ୍ନୋଲୋଜି ପ୍ଲାଟଫର୍ମ, ଯାହାଦ୍ୱାରା କି ଫଟୋଗ୍ରାଫିରୁ କୃଷି ଏବଂ ମୌଳିକ ବ୍ୟବସ୍ଥାରୁ ବୀମା କାର୍ଯ୍ୟ ପର୍ଯ୍ୟନ୍ତ ସବୁ କିଛି କରାଯାଇପାରୁଛି । ଏହା କ୍ଷୁଦ୍ର ଆକାରର ହୋଇଥିଲେ ମଧ୍ୟ ଅଧିକ କିଲୋଗ୍ରାମର ଦ୍ରବ୍ୟ ପରିବହନ କରିପାରିବ ।

ଦେଶରେ ଏକ ବିଶ୍ୱସ୍ତରୀୟ ଡ୍ରୋନ୍ ଇକୋସିଷ୍ଟମ ପ୍ରଣୟନ ପାଇଁ ବିଗତ କେଇ ବର୍ଷ ଧରି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଉଦ୍ୟମ କରି ଆସୁଛି । ତେଣୁ ବିଶ୍ୱସ୍ତରୀୟ ମାନାଙ୍କର ଡ୍ରୋନ୍ ପରିଚାଳନା ନିୟମ ମଧ୍ୟ ଆବଶ୍ୟକ, ଯାହାକି ଡ୍ରେନ୍ ଟେକ୍ନୋଲୋଜିର ବ୍ୟାବସାୟିକ ପ୍ରୟୋଗକୁ ମଧ୍ୟ ସୁରକ୍ଷିତ ରଖିପାରିବ । ସିଭିଲ ଆଭିଏସନ ରିକ୍ୱାରମେଣ୍ଟ (CAR) ଏହି ନିୟମ ପ୍ରସ୍ତୁତ କରିବାକୁ କିଛି ବର୍ଷ ସମୟ ନେଇଛି; କାରଣ, ଡ୍ରୋନ୍ ଟେକ୍ନୋଲୋଜିରେ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି । ଅନେକ ଦେଶ ଏବେ ବି ଏହାର ପରୀକ୍ଷାମୂଳକ ପ୍ରୟୋଗ ଜାରି ରଖିଛନ୍ତି ଏବଂ କୌଣସି ପ୍ରକାର ଆନ୍ତର୍ଜାତିକ ନିୟମ ନାହିଁ । ଭାରତରେ ନିରାପତ୍ତାଜନିତ ସ୍ଥିତି ପାଇଁ ଏଥି ସକାଶେ ଅଧିକ ସତର୍କତା ଲୋଡ଼ା ।

 

ଏବେ ଡ୍ରୋନ୍ ପରିଚାଳନା ପାଇଁ କୌଣସି କାଗଜଭିତ୍ତିକ ପ୍ରକ୍ରିୟା ପରିବର୍ତ୍ତେ ଭାରତ ଏକ ସମ୍ପୂର୍ଣ୍ଣ ଡିଜିଟାଲ ପ୍ରକ୍ରିୟା ଆରମ୍ଭ କରୁଛି । ଡିଜିଟାଲ ସ୍କାଏ ପ୍ଲାଟଫର୍ମ ଏକ ମାନବିହୀନ ଟ୍ରାଫିକ୍ ମ୍ୟାନେଜମେଣ୍ଟ (UTM) ଯାହା ଦ୍ୱାରାକି ନୋ ପରମିସନ, ନୋ ଟେକ୍ଅଫ୍ ନିୟମ ଲାଗୁ ହେବ । ଏଥିପାଇର୍ ଡ୍ରୋନ୍ ବ୍ୟବହାରକାରୀମାନେ ଡ୍ରୋନ୍, ପାଇଲଟ ଓ ମାଲିକାନା ନେଇ ଥରେ ମାତ୍ର ପଂଜିକରଣ କରିବାକୁ ପଡ଼ିବ । ନାନୋ ଶ୍ରେଣୀ ବ୍ୟବତୀତ ଅନ୍ୟ ସମସ୍ତ ଡ୍ରୋନର ଉଡ଼ାଣ ପାଇଁ ମୋବାଇଲ ଆପ୍ ଦ୍ୱାରା ଅନୁମତି ହାସଲ କରିହେବ । ଏଭଳି ଡିଜିଟାଲ ଅନୁମତି ହାସଲ କରି ନଥିବା କୌଣସି ଡ୍ରୋନ୍ ଉଡ଼ାଣର ସୁବିଧା ପାଇପାରିବେନି । ୟୁଟିଏମ୍ ପ୍ରତିରକ୍ଷା ଏବଂ ବେସାମରିକ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ସହ ସମନ୍ୱୟ ରକ୍ଷା କରି ଏହା ନିଶ୍ଚିତ କରିବ ଯେପରିକି ଡ୍ରୋନ୍ ଅନୁମତି ପ୍ରାପ୍ତ ଉଡ଼ାଣ ପଥରେ ଉଡ଼ୁଛି ।

 

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଡ୍ରୋନ୍ ନିୟମ 1.0 ଘୋଷଣା କରିଛନ୍ତି । ସେ କହିଲେ ଯେ୨୦୧୮  ଡିସେମ୍ବର୧ ତାରିଖରୁ ଡ୍ରୋନର ନିରାପଦ ଓ ବ୍ୟାବସାୟିକ ଉଡ଼ାଣ ଏହି ନିୟମ ଦ୍ୱାରା ନିୟନ୍ତ୍ରିତ ହେବ । ଏହି ନିୟମାନୁସାରେ ଦିନ ବେଳା ଡ୍ରୋନ୍ କେବଳ୪୦୦ ମିଟର ଉଚ୍ଚତାରେ ଉଡ଼ାଣ କରିପାରିବ । ଆକାଶମାର୍ଗକୁ ତନି ଭାଗରେ ବିଭକ୍ତ କରାଯାଇଛି । ଯଥା; ରେଡ୍ ଜୋନ୍ (ଉଡ଼ାଣ ନିଷିଦ୍ଧ), ୟେଲୋ ଜୋନ୍ (ନିୟନ୍ତ୍ରିତ ଆକାଶମାର୍ଗ) ଏବଂ ଗ୍ରୀନ୍ ଜୋନ୍ (ସ୍ୱୟଂ ଭାବେ ଅନୁମତି ମିଳିପାରିବ) ।

 

ଆଗକୁ ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ସିହ୍ନାଙ୍କ ଅଧ୍ୟକ୍ଷତାରେ ଡ୍ରୋନ୍ ଟାସ୍କ ଫୋର୍ସ ଡ୍ରୋନ୍ ନିୟନ୍ତ୍ରଣ ଆଇନ 2.0 ର ଚିଠା ପ୍ରସ୍ତାବ ଆଗତ କରିବେ । ଏଥିରେ ନିମ୍ନଲିଖିତ ପ୍ରସଙ୍ଗ ଉପରେ ବିଚାର କରାଯିବ;

Leave A Reply