ଭୁବନେଶ୍ୱର . – ରାଜ୍ୟରେ ବର୍ତ୍ତମାନ ପାରାଦ୍ୱୀପ ଓ ଗୋପାଳପୁରଠାରେ ଡପ୍ଲର ରାଡାର୍ ସ୍ଥାପନ କରାଯାଇଛି । ବାଲେଶ୍ୱର ଓ ସମ୍ବଲପୁରଠାରେ ମଧ୍ୟ ଏଭଳି ବ୍ୟବସ୍ଥା କରିବାର ପ୍ରସ୍ତାବ ରହିଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଗୁରୁବାରରେ ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ସଭ୍ୟ ଅଶ୍ୱିନୀ ପାତ୍ରଙ୍କ ମୂଳ ପ୍ରଶ୍ନ ଓ ଅନ୍ୟ ବିଧାୟକମାନଙ୍କ ଏ ସମ୍ପର୍କୀତ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ସୁଦାମ ମାରାଣ୍ଡି ଏହା କହିଛନ୍ତି । ରାଜ୍ୟ ସମ୍ମୁଖୀନ ହେଉଥିବା ବିପର୍ଯ୍ୟୟଗୁଡ଼ିକର ସଠିକ୍ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ରାଜ୍ୟ ତଥା ଜିଲ୍ଲା ସ୍ତରରେ କାର୍ଯ୍ୟ କରୁଥିବା ଆପଦକାଳୀନ ପରିଚାଳନା କେନ୍ଦ୍ରଗୁଡ଼ିକରେ ମଧ୍ୟ ଏଥିଲାଗି
ଆବଶ୍ୟକୀୟ ବିଭିନ୍ନ ଯୋଗାଯୋଗ ଉପକରଣ ସ୍ଥାପନ କରାଯାଇଛି । ଜାତୀୟ ଆପଦ ପ୍ରସମନ ପ୍ରକଳ୍ପ ଅଧୀନରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାଗୁଡ଼ିକରେ ପ୍ରାକ୍ ସୂଚନା ବିତରଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ବୋଲିମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post