କାନପୁର.- ଛେଳି ନାମରେ ଜଣେ ବ୍ୟକ୍ତିଙ୍କୁ କୁକୁର ଦେଇଥିବା ଅଭିଯୋଗ ହୋଇଛି । କାନପୁର ନିକଟସ୍ଥ ଜୁଜୁମାଓ ଛୁଙ୍ଗିରେ ଏହି ଘଟଣା ଘଟିଛି । ଇଦ-ଅଲ୍-ଅଦା ବା ବକରି –ଇଦରେ ସମୟରେ ଛେଳିର ଚାହିଦା ବୃଦ୍ଧି ପାଇଥାଏ । ଅସରଫ ନାମକ ବ୍ୟକ୍ତି ନିଜର ତିନୋଟି ଛେଳି ବିକିବ ପାଇଁ ହାଟକୁ ନେଇଥିଲା। ସେଠାରେ ଗହଳି ଲାଗିଥିଲା। ଗୋଟିଏ ଗୋଟିଏ ଛେଳି ୬ ହଜାର ଟଙ୍କାରୁ ଅଧିକରେ ବିକ୍ରି ହେଉଥିଲା । ତାଙ୍କର କଳା ରଙ୍ଗର ଏକ ଛେଳି ଭିଡ ଭିତରେ ହଜି ଯାଇଥିଲା। ବହୁ ସମୟ ଖୋଜା ଖୋଜି କରିବା ପରେ ଜଣେ ବ୍ୟକ୍ତି ତାଙ୍କୁ ତାଙ୍କର ଛେଳି ମିଳିଥିବା କଥା କହିଥିଲେ। ଏକ ଛେଳିର ମୁହଁ ଘୋଡାଯାଇଥିବା ବେଳେ ଅସରଫଙ୍କୁ ତାଙ୍କ ଛେଳି କହି ଦେଇଥିଲେ ।
ବଜାରରେ ବହୁତ ଭିଡ ହୋଇଥିବାରୁ ଅସରଫ ଛେଳିଟିକୁ ଯାଞ୍ଚ ନ କରି ନେଇଯାଇଥିବା କଥା କହିଛନ୍ତି । ମାତ୍ର କିଛି ବାଟ ତାଙ୍କୁ ନେବା ପରେ ଏକ କୁକୁର ଭୁକିବା ଶଦ୍ଦ ଶୁଣିବାକୁ ପାଇଥିଲେ । ମାତ୍ର ପାଖ ଆଖରେ କିଛି କୁକୁର ନ ଥିଲେ । ସେ ଛେଳି ମୁହଁରୁ ଘୋଡାଯାଇଥିବା କନା ଉଠାଇବାରୁ ତାହା ଏକ କୁକୁର ବୋଲି ଜାଣିବାକୁ ପାଇଥିଲେ । ପରେ ସେ କୁକୁର ଦେହରେ ଏକ ଛେଳି ଚମଡା ଘୋଡାଯିବା ସହ ମୁହଁ କନା ଘୋଡାଇ ତାଙ୍କୁ ଠକା ଯାଇଥିବା ଜାଣିବାକୁ ପାଇଲେ । ଏହାପରେ ,ସେ ଜୁଜୁମା-ଛୁଙ୍ଗି ନିକଟସ୍ଥ ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ସେଠାରେ ଛେଳି ନାମରେ କିଛି ଲୋକଙ୍କୁ କୁକୁରକୁ ଏପରି କିରି ଠକା ଯାଇଥିବା ଅଭିଯୋଗ ହୋଇଛି ।