ଉତ୍ସାହ ଓ ଆଲୋକର ପର୍ବ ଦିପାବଳୀ
ଭାରତରେ ଅନେକ ପର୍ବପର୍ବାଣୀର ପାଳନ କରାଯାଏ । ଏହି ପର୍ବ ଭାରତୀୟ ସଭ୍ୟତା – ସଂସ୍କୃତିର ମୁଖ୍ୟ ପର୍ବ ଝଲକ ଦେଖିବାକୁ ମିଳେ ।
ଦୀପାବଳି ଉତ୍ସାହ, ଉଲ୍ଲାସ, ଭାତୃତ୍ୱ ତଥା ପୂଜାର୍ଚ୍ଚନାର ପର୍ବ ଅଟେ। ଦିପାବଳୀର କିଛି ଦିନ ପୂର୍ବରୁ ଘରକୁ ଭଲ ଭାବେ ସଫାସୁତରା କରାଯାଏ
ଦୀପାବଳୀରେ ଘରକୁ ଖୁବ ସୁନ୍ଦର ଭାବେ ସଜାଯାଏ। ବଜାରରେ ବିଭିନ୍ନ ପ୍ରକାରର ମିଠାଦ୍ରବ୍ୟ ବିକ୍ରି ହୋଇଥାଏ।
ଏହି ଦିନରେ ସଭିଏଁ ନୂତନ ପୋଷାକ ଧାରଣ କରି ଗୁରୁଜନମାନଙ୍କ ଠାରୁ ଆଶୀର୍ବାଦ ନେଇଥାଆନ୍ତି। ମା’ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ସନ୍ଧ୍ୟା ହେବା ମାତ୍ରେ ଘରର ବିଭିନ୍ନ ସ୍ଥାନରେ , ଛାତରେ ଦୀପ କିମ୍ବା ମହମବତୀ ଲଗାଯାଇଥାଏ। ଫଳରେ ଚତୁଃପାର୍ଶ୍ବ ଆଲୋକିତ ହୋଇଯାଏ।
ସମସ୍ତେ ମିଠା ଖୁଆଇ ଶୁଭକାମନା ଜଣାଇଥାଆନ୍ତି।