ଜିନିଭା . – ସ୍ୱିଜରଲାଣ୍ଡରେ ଜିନିଭାଠାରେ ଅନୁଷ୍ଠିତ ଏକ ହୀରା ନିଲାମୀ ରେ ୧୯ କ୍ୟାରେଟ୍ର ଏକ ହୀରା ୩୬୧ କୋଟି ଟଙ୍କାରେ ବିକ୍ରି ହୋଇଛି । ଏପରି ଦରରେ ହୀରା ବିକ୍ରି ହେବା ଏହା ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛି ।
ଏହି ହୀରାଟି ଦକ୍ଷିଣ ଆଫ୍ରିକାର ହୀରଖଣିରୁ ମିଳିଥିଲା । ଜିନିଭାର କ୍ରିଷ୍ଟେଇ ନିଲାମ ସଂସ୍ଥା ପକ୍ଷରୁ ଏହାକୁ ନିଲାମ କରାଯାଇଥିଲା । ସ୍ୱିସ ସ୍ୱାଚ ଗ୍ରୁପ ରଖିଥିବା ଏହି ହୀରାକୁ ଆମେରିକାରର ଲକ୍ସରୀ ବ୍ରାଣ୍ଡ ହାରି ଓ୍ୱିନଷ୍ଟନ କିଣିଛି ।