ଇସ୍ରୋ ପକ୍ଷରୁ ଛାତ୍ର ଛାତ୍ରୀଙ୍କ ପାଇଁ ଆରମ୍ଭ ହେଲା କାର୍ଯ୍ୟକ୍ରମ ଧ୍ରୁବ

0 566

ବେଙ୍ଗାଲୁର – ବିଜ୍ଞାନ, ଗଣିତ, ନାଟକ, ସଂଗୀତ, ନୃତ୍ୟ ଆଦି କ୍ଷେତ୍ରରେ ରୁଚି ରଖୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୂଆନୂଆ କଳ୍ପନାର ବିକାଶ, ଦକ୍ଷତା ବୃଦ୍ଧି ଓ ଜ୍ଞାନବୃଦ୍ଧି ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ମହତ୍ୱାକାଂକ୍ଷୀ ପ୍ରଧାନମନ୍ତ୍ରୀ ନବସୃଜନ ଶିକ୍ଷା କାର୍ଯ୍ୟକ୍ରମ ‘ଧ୍ରୁବ’ ଆଜିଠାରୁ ଆରମ୍ଭ ହେଉଛି । ବେଙ୍ଗାଲୁରୁସ୍ଥିତ ଇସ୍ରୋ ପକ୍ଷରୁ ଗୁରୁବାର ଠାରୁ ଆରମ୍ଭ ହେଉଥିବା ଏହି କାର୍ଯ୍ୟକ୍ରମରେ ପ୍ରାୟ ଦେଶର ବିଭିନ୍ନ ପ୍ରାନ୍ତରୁ ୬୦ ଜଣ ମେଧାବୀ ଛାତ୍ରଛାତ୍ରୀ ଯୋଗ ଦେଉଛନ୍ତି । ଆସନ୍ତା ୨୪ ତାରିଖରେ ଆଇଆଇଟି ଦିଲ୍ଲୀରେ ଏହା ଶେଷ ହେବ । ସେହି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୂଆନୂଆ କଳ୍ପନାର ବିକାଶ, ଦକ୍ଷତା ବୃଦ୍ଧି ଓ ଜ୍ଞାନବୃଦ୍ଧି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଦେଶ ସମ୍ମୁଖୀନ ହେଉଥିବା ସାମାଜିକ, ଅଥନୈତିକ, ରାଜନୈତିକ ଓ ପରିବେଶ ଜନିତ
ସମସ୍ୟାଗୁଡ଼ିକର ସମାଧାନରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଅବଦାନ କରିପାରିବେ ବୋଲି ଆଶା କରାଯାଉଛି । ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍‍ ନିଶଙ୍କ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି
ପ୍ରଶିକ୍ଷଣ ପରେ ଏହି ଛାତ୍ରଛାତ୍ରୀମାନେ ୫ ଟ୍ରିଲିୟନ୍‍ ଡଲାର ଅର୍ଥନୀତି ସ୍ୱପ୍ନକୁ ସାକାର କରିବା ଏବଂ ଜଳବାୟୁ ପରିବର୍ତ୍ତନ ସମସ୍ୟା ଦିଗରେ ବିଶେଷ ଅବଦାନ ରଖିପାରିବେ ।

Leave A Reply