କାର୍ତ୍ତିକ ମାସ ପ୍ରଥମ ସୋମବାରରେ ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଆଠଗଡ଼ ଦେବୋତ୍ତର ପ୍ରଶାସନିକ ମୁଖ୍ୟ ତଥା ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଗତକାଲିଠାରୁ ଧବଳେଶ୍ୱର ପୀଠ ଚତୁଃପାଶ୍ୱର୍ରେ ୧୪୪ ଧାରା ଜାରି କରିଛନ୍ତି । କରୋନା ପ୍ରକୋପ ସଂପୂର୍ଣ୍ଣ କମି ନଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି ।