ratha ଓଡିଶାବିଶ୍ୱାସ ଦେବୀ ସୁଭଦ୍ରାଙ୍କ ରଥ; ଦେବଦଳନ By odishanext Last updated Jul 4, 2019 0 1,833 Share ଦେବୀ ସୁଭଦ୍ରାଙ୍କ ରଥ; ଦେବଦଳନ ରଥର ଅନ୍ୟ ନାମ- ଦର୍ପଦଳନ ଏବଂ ପଦ୍ମଧ୍ବଜ(କମଳ ଧ୍ବଜ) ରଥର ଉଚ୍ଚତା- ୪୪ ଫୁଟ୍ ୬ ଇଞ୍ଚ (ପୂର୍ବ ଉଚ୍ଚତା ୨୧ ହାତ) ରଥାଧିପ- ଜୟଦୁର୍ଗା ରଥରେ ବ୍ୟବହୃତ କାଠର ସଂଖ୍ୟା- ୭୧୧ ଖଣ୍ଡ ରଥର ଚକ ସଂଖ୍ୟା- ୧୨ ରଥ ଧ୍ବଜାରେ- ତ୍ରିପୁରା ସୁନ୍ଦରୀ ରଥର ଆୟୁଧ- ପଦ୍ମ କହ୍ଲାର ରଥ ପୀଠର ନାମ- କାମ୍ପଲ୍ୟ ରଥର ଆବରଣ- କୃଣ୍ଣ ଓ ଲୋହିତ ବର୍ଣ୍ଣ ସାରଥୀର ନାମ- ଅର୍ଜୁନ(ମତାନ୍ତରେ ଦେବଦତ୍ତ, ସାତ୍ବକୀ) ରଥ ଅଶ୍ବର ବର୍ଣ୍ଣ: ରକ୍ତ ବର୍ଣ୍ଣ (ନାଲି) ଅଶ୍ବର ନାମ: ରୋଚିକା, ମୋଚିକା, ଜିତା ଓ ଅପରାଜିତା ଅନ୍ୟ କେତେକଙ୍କ ମତରେ ପ୍ରଜ୍ଞା, ଅନୁଜ୍ଞା ଘୋରା ଓ ଅଘୋରା ରଥ ଋଷି- ଯାଜ୍ଞ ବଳକ୍ୟ ରଥ ମୁଖ ବା ମୁର୍ଦ୍ଧାରେ- ବ୍ରହ୍ମବର୍ତ୍ତା ରଥାଧିଶ୍ବରୀ- ଜୟଦୁର୍ଗା ରଥ ରକ୍ଷୟତ୍ରୀ- ଉଗ୍ରଚଣ୍ଡୀ ରଥ ଅଧିଶ୍ବର ଦେବତା- ଶ୍ରୀସୁଭଦ୍ରା ଓ ଶ୍ରୀସୁଦର୍ଶନ ରଥ ଦେବୀ- ଶ୍ରୀ ଓ ଭୂ ରଥ ଯକ୍ଷ-କିଂଜ୍ବଳିକା ରଥ ଗର୍ଭାଧୀଶ୍ବରୀ ଶକ୍ତି- ଶକ୍ତିସପ୍ତା, ଜୟା, ବିଜୟା, ଘୋରା ଅଘୋରା, ସୂକ୍ଷ୍ମା ଓ ଜ୍ଞାନା ରଥର ଋଷି ପଟାରେ- ଭୃଗୁ, ସୁପ୍ରଭ, ବଜ୍ର, ଶୃଙ୍ଗୀ, ଧ୍ରୁବ, ଉଲ୍ଲୁକ ଓ ପ୍ରବର୍ତ୍ତକ ଋଷି ମଣ୍ଡଳ ରଥର କୁମ୍ଭ- ଅମୃତ , ଜୀବା, କାୟା ରଥର ଦ୍ବାରପାଳ(ପୀଠ ପଟାରେ)- ଗଙ୍ଗା ଓ ଯମୁନା ରଥ ଗନ୍ଧର୍ବଙ୍କ ନାମ- ହା, ହା ଚାରଣଙ୍କର ନାମ- ମହାକ୍ରୁର ରଥର ଯୁଗଳ ଶୁଆର ନାମ- ସୁପର୍ଣ୍ଣ ଓ ଦ୍ବାସୁପର୍ଣ୍ଣ ରଥ ରତ୍ନ- ମାଣିକ୍ୟ ରଥ ଚକ୍ରର ନାମ- ଦୀପ୍ତ ଚକ୍ର ଉପରିସ୍ଥ ନେତର ନାମ- ନାଦାମ୍ବିକା ରଥକାର- କାଳନେମୀ କଳସ ଉପରେ ଥିବା ଶୂନ୍ୟ ଚକ୍ର- ଦୀପ୍ତ(ସୁଦର୍ଶନ) ରଥ ଶିରରେ- ଭକ୍ତି ସମେଦ ରଥ ଶକ୍ତି- ଚନ୍ଦ୍ରଘଣ୍ଟା ଦଧିନଉତି ଉପରିସ୍ଥ କଳସତ୍ରୟର ନାମ- ପରା, ଅପରା ଓ ବୈଖାରୀ ରଥରେ ବ୍ୟବହୃତ ଚନ୍ଦ୍ରାତପର ନାମ- ବୀର ଘଣ୍ଟା ରଥ ଦଉଡିର ନାମ- ସ୍ବର୍ଣ୍ଣଚୂଡା ନାମକ ନାଗ ରଥ ଚାମର ସେବା- ସୁବେଧା ଦେବୀ ରଥପାଳ- ହରିହର ପଦ୍ମଧ୍ବଜା ରଥ ଦର୍ଶନରେ ମନୁଷ୍ୟର ଦର୍ପନାଶ ପୂର୍ବକ ସମସ୍ତ ରୋଗ ସନ୍ତାପ ନାଶ ହୋଇଥାଏ। RATHYATRA2019 0 1,833 Share