ଭୁବନେଶ୍ୱର: ଡାଲ୍ମିଆ ସିମେଂଟ୍ (ଭାରତ) ଲିମିଟେଡ୍ ପକ୍ଷରୁ ପଶ୍ଚିମବଙ୍ଗର ପଶ୍ଚିମ ମିଦନାପୁରରେ ଥିବା ବେଙ୍ଗଲ୍ ସିମେଂଟ୍ ୱାକ୍ର୍ସ୍ରେ ୨.୩ ଏମ୍ଟିପିଏର କ୍ଷମତା ଯୋଡ଼ିବା ଲାଗି ୩୬୦ କୋଟି ଟଙ୍କାର ପୁଞ୍ଜିନିବେଶ ବିଷୟରେ ଘୋଷଣା କରାଯାଇଛି । କଂପାନିର ବ୍ୟବସାୟ ସ୍ତମ୍ଭ ଭାବେ ଏହି କ୍ଷମତା ଅଭିବୃଦ୍ଧି ହେତୁ ଏହି ୟୁନିଟ୍ର ମୋଟ୍ କ୍ଷମତା ବର୍ଷ ପ୍ରତି ୪ ନିୟୁତ ଟନ୍କୁ ବୃଦ୍ଧି ପାଇବ । ଏହି କ୍ଷମତା ସମ୍ପ୍ରସାରଣ ପରେ ବେଙ୍ଗଲ୍ ସିମେଂଟ୍ ୱାକ୍ର୍ସ୍ ହେବ ପଶ୍ଚିମବଙ୍ଗର ସର୍ବବୃହତ୍ ସିମେଂଟ୍ କାରଖାନା । ଏହା ରାଜ୍ୟର ଏକ ଦିର୍ଘସ୍ଥାୟୀ କାରଖାନାରେ ପରିଣତ ହେବ, ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ରାଜ୍ୟ ଅର୍ଥନୀତିକୁ ଦୃଢ଼ତା ପ୍ରଦାନ କରିବ ।
କୋଭିଡ୍ ମୁକାବିଲା ଲାଗି ଲକ୍ଡାଉନ୍ ଘୋଷଣା କରାଯିବା ପରବର୍ତୀ ସମୟରେ ସୁଲଭ ବାସଗୃହ, ମେଗା ରିଅଲ୍ ଇଷ୍ଟେଟ୍ ପ୍ରକଳ୍ପ ଏବଂ ଭିତିଭୂମି ପ୍ରକଳ୍ପ ଗୁଡ଼ିକ ଲାଗି ସିମେଂଟ୍ ଚାହିଦା ବଢ଼ିବ । ଏହା ବାଦ୍ ଆତ୍ମନିର୍ଭର ଭାରତ ସ୍କିମ୍ ନିଶ୍ଚିତ ରୂପେ ଦେଶରେ ସିମେଂଟ୍ ଉପଯୋଗିତା ପାଇଁ ସୁଯୋଗ ସୃଷ୍ଟି କରିବ । ଏହା ଜରିଆରେ କଂପାନି ଦେଶ ଗଠନ ପ୍ରତି ଏହାର ଯୋଗଦାନ ଜାରି ରଖିବ ଏବଂ ଦେଶର ପୂର୍ବାଂଚଳ ଏବଂ ଉତର ପୂର୍ବାଂଚଳ ରାଜ୍ୟଗୁଡ଼ିକର ଚାହିଦା ପ୍ରତି ପ୍ରତିବଦ୍ଧ ରହିବ ।
ଏହି ଅବସରରେ ଶ୍ରୀଯୁକ୍ତ ଉଜ୍ଜ୍ୱଳ ବତ୍ରିଆ, ସିଓଓ, ଡାଲ୍ମିଆ ସିମେଂଟ୍ (ଭାରତ) ଲିମିଟେଡ୍ କହିଛନ୍ତି ଯେ, “ନିରନ୍ତର ଭାବେ ଆମକୁ ସମର୍ଥନ ଜାରି ରଖିବା ଏବଂ ପଶ୍ଚିମବଙ୍ଗର ଅଭିବୃଦ୍ଧି କାହାଣୀର ଏକ ଅଂଶ କରିଥିବାରୁ ମୁଁ ଏହି ଅବସରରେ ପଶ୍ଚିମବଙ୍ଗ ସରକାର ଏବଂ ସାଲ୍ବୋନିର ଲୋକମାନଙ୍କୁ କୃତଜ୍ଞତା ଜଣାଉଛି ।ଏହି ପ୍ରକଳ୍ପରେ ଏବେ ଆମର ମିଦନାପୁରରେ ଥିବା ବେଙ୍ଗଲ୍ ସିମେଂଟ୍ ୱାର୍କ୍ସ୍ର ବାର୍ଷିକ ସ୍ଥାପିତ କ୍ଷମତା ୪ ନିୟୁତ ଟନ୍କୁ ବୃଦ୍ଧି ପାଇବ । ଏହି ନୂଆ କ୍ଷମତା ଯୋଡ଼ିବା ବେଳେ ଆମେ ସଦ୍ୟତମ ମେସିନ୍ ଏବଂ ପ୍ରଯୁକ୍ତି ବ୍ୟବହାର କରିଛୁ ଏବଂ ଏଠାରେ ୧୦୦ଧ ବ୍ଲେଣ୍ଡେଡ୍ ସିମେଂଟ୍ ଉତ୍ପାଦନ ହେବ ଫଳରେ ୨୦୪୦ ପ୍ରତି ଅଙ୍ଗାରକାମ୍ଳ ନିରପେକ୍ଷ ହେବା ଲାଗି ଆମର ପ୍ରତିବଦ୍ଧତାର ଅଂଶସ୍ୱରୂପ ଅଙ୍ଗାରକାମ୍ଳ ପରିମାଣ ହ୍ରାସ କରିବ । ସିମେଂଟ୍ ଚାହିଦା ପୂରଣ କରିବାରେ ଏହି ନୂତନ କ୍ଷମତା ଅଭିବୃଦ୍ଧି ପ୍ରମୁଖ ଭୂମିକା ନିର୍ବାହ କରିବ ଏବଂ ଏହି ଅଂଚଳର ଭିତିଭୂମି ଅଭିବୃଦ୍ଧି ପାଇଁ ସହାୟକ ହେବ ।’’
ଉନ୍ନତ ଲଜିଷ୍ଟିକ୍ ସମାଧାନ ସହିତ ଦେଶର ଉଭୟ ଗ୍ରାମାଂଚଳ ଏବଂ ସହରାଚଂଳର ଆବଶ୍ୟକତା ପୂରଣ କରିବା ଲାଗି ଡାଲ୍ମିଆ ସିମେଂଟ୍ ପ୍ରସ୍ତୁତ ରହିଛି । ଏହା ସବୁଜ ସିମେଂଟ୍ କାରଖାନା ଗଠନ ଜାରି ରଖିବ ଏବଂ ନିରନ୍ତରତାର ବିଶ୍ୱସ୍ତରୀୟ ମାନକ ହାସଲ କରିବାରେ ତାହା ସହାୟକ ହେବ ବୋଲି ଶ୍ରୀ ବତ୍ରିଆ କହିଛନ୍ତି ।