ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତ ଏ ପର୍ଯ୍ୟନ୍ତ ୬ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଓ ୭ଟି ବ୍ରୋଞ୍ଜ ପଦକ ସମେତ ୨୦ଟି ପଦକ ଜିତିଛି

106

ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭିନ୍ନକ୍ଷମ ପାୱାର୍‍ ଲିପ୍ଟିଂ ବିଭାଗରେ ସୁଧୀର ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପୁରୁଷ ବିଭାଗ ହେବିୱେଟ୍‍ ଫାଇନାଲ୍‍ରେ ଗତକାଲି ରାତିରେ ୨୧୨ କେ.ଜି. ପାୱାର୍‍ ଲିପ୍ଟିଂ କରିଥିଲେ । ସେ ଭାରତ ପାଇଁ ଭିନ୍ନକ୍ଷମ ପାୱାର୍‍ ଲିପ୍ଟିଂ ବିଭାଗରେ ପ୍ରଥମ ସ୍ୱର୍ଣ୍ଣପଦକ ଜିତିଛନ୍ତି । ନାଇଜେରିଆର ଇକେଚେକ୍ୟୁ ଓବିଚୁକ୍ୟୁଙ୍କୁ ଶୂନ୍‍ ଦଶମିକ୍‍ ୯ ପଏଣ୍ଟରେ ହରାଇ ୧୩୪ ଦଶମିକ ୫ ପଏଣ୍ଟ ହାସଲ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ମୁରଲୀ ଶ୍ରୀଶଙ୍କର ପୁରୁଷ ବିଭାଗ ଲଙ୍ଗ୍‍ଜମ୍ପରେ ୮ଦଶମିକ୍‍ ଶୂନ୍‍ ୮ ମିଟର ଲମ୍ପ ପ୍ରଦାନ କରି ଐତିହାସିକ ରୌପ୍ୟ ପଦକ ଜିତିଛନ୍ତି । ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ପୁରୁଷ ବିଭାଗ ଲଙ୍ଗ୍‍ଜମ୍ପ୍‍ରେ ଭାରତ ପ୍ରଥମ ରୌପ୍ୟ ପଦକ ଜିତିଛି । ଭାରତର ରୋହିତ ଟୋକାସ୍‍ ୱେଲଟରୱେଟ୍‍ ବକ୍ସିଂ ପ୍ରତିଯୋଗୀତାରେ ସେମିଫାଇନାଲ୍‍ରେ ପ୍ରବେଶ କରିଛନ୍ତି । ଏହାଦ୍ୱାରା ମୁଷ୍ଟି ଯୁଦ୍ଧ ପ୍ରତିଯୋଗୀତାରେ ଭାରତର ସପ୍ତମ ପଦକକୁ ସେ ନିଶ୍ଚିତ କରିଛନ୍ତି । ଦିନ ବେଳା ହେବିୱେଟ୍‍ ମୁଷ୍ଟି ଯୋଦ୍ଧା ସାଗର ଅହଲୱାର୍ଥ ୯୨ କିଲୋଗ୍ରାମ୍‍ ଶ୍ରେଣୀରେ କ୍ୱାର୍ଟର ଫାଇନାଲ୍‍ରେ ବିଜୟ ହୋଇ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ କରିଥିଲେ । ମହିଳା ବିଭାଗ ଲାଇଟ୍‍ୱେଟ୍‍ ୬୦ କିଲୋଗ୍ରାମ ଶ୍ରେଣୀରେ ସେମି ଫାଇନାଲ୍‍ରେ ପ୍ରବେଶ କରି ଯସ୍ମିନ୍‍ ଓ ଅମିତ ପଙ୍ଘଲ ଭାରତ ପାଇଁ ଗୋଟିଏ ଲେଖାଏଁ ପଦକ ନିଶ୍ଚିତ କରିଛନ୍ତି । ଆଥ୍‍ଲେଟିକ୍ସରେ ହିମା ଦାଶ ମହିଳା ୨୦୦ ମିଟର ଦୌଡ଼ ବିଭାଗରେ ସେମିଫାଇନାଲ୍‍ରେ ପ୍ରବେଶ କରିଥିବା ବେଳେ ମଞ୍ଜୁବାଳା ମହିଳା ହାମର ଥ୍ରୋ ଫାଇନାଲ୍‍ରେ ପ୍ରବେଶ କରିଛନ୍ତି । ହରମନପ୍ରୀତଙ୍କ ହାଟ୍ରିକ୍‍ ବଳରେ ଭାରତ ପୁରୁଷ ବିଭାଗ ହକିରେ ୱେଲ୍ସକୁ ୪-୧ ଗୋଲ୍‍ରେ ହରାଇ ସେମିଫାଇନାଲ୍‍ରେ ପ୍ରବେଶ କରିଛନ୍ତି । ଶ୍ରୀଜା ଅକୁଲା ଓ ରିଥ୍‍ ଟେନିସନ୍‍ ମହିଳା ସିଙ୍ଗଲ୍ସ ଟେବୁଲ୍‍ ଟେନିସ୍‍ ସେମିଫାଇନାଲ୍‍ରେ ବିଜୟୀ ହୋଇଛନ୍ତି । ବ୍ୟାଡ୍‍ମିଣ୍ଟନ ତାରକା ପି.ଭି. ସିନ୍ଧୁ ଓ କିଦାମ୍ବୀ ଶ୍ରୀକାନ୍ତ ବ୍ୟାଡ୍‍ମିଣ୍ଟନ ସିଙ୍ଗଲ୍ସ ୩୨ତମ ରାଉଣ୍ଡରେ ବିଜୟୀ ହୋଇଛନ୍ତି । ମହିଳା ସ୍କ୍ୱାସ୍‍ ଡବଲ୍ସ ପ୍ରତିଯୋଗୀତାରେ ଜ୍ୟୋତ୍ସ୍ନା ଚିନ୍ନାପ୍ପା ଓ ଦୀପିକା ପାଲିକଲ ଷୋଡ଼ଶ ରାଉଣ୍ଡରେ ବାବ୍ରୋଡସ୍‍ର ଅମଣ୍ଡା ହେୱାର୍ଡ୍‍ ଓ ମିଗାନ୍‍ ବେଷ୍ଟଙ୍କୁ ହରାଇଛନ୍ତି । ମହିଳା ଟେବୁଲ୍‍ ଟେନିସ୍‍ ଡବଲ୍ସ ୩୨ ରାଉଣ୍ଡରେ ଶରତ< କମଲ ଓ ସାଥିଆଁ ଗଣଶେଖରନ୍‍ ଗୁଏନାର ଜୋଏଲ୍‍ ଏଲେନି ଓ ଜୋନାଥନ୍‍ ଭାନ୍‍ ଲାଞ୍ଜ୍‍କୁ ହରାଇଛନ୍ତି । ଭାରତ ଏ ପର୍ଯ୍ୟନ୍ତ ୬ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଓ ୭ଟି ବ୍ରୋଞ୍ଜ ପଦକ ସମେତ ୨୦ଟି ପଦକ ଜିତିଛି ।

Comments are closed, but trackbacks and pingbacks are open.