ଟ୍ରାଫିକ୍ ନିୟମ ଭାଙ୍ଗିଲେ ଏଥର କ୍ରିମିନାଲ କେସ୍ ହେବ
ନୂଆଦିଲ୍ଲୀ – ଟ୍ରାଫିକ୍ ନିୟମଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ମୋଟରଯାନ ଆଇନ୍ ସହ ଭାରତୀୟ ଦଣ୍ଡବିଧି ସଂହିତା ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇ ପାରିବ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି । ଗୌହାଟୀ ହାଇକୋର୍ଟର ଏ ସଂକ୍ରାନ୍ତ ନିର୍ଦ୍ଦେଶାବଳୀକୁ ଚ୍ୟାଲେଞ୍ଜ କରି ଆଗତ ଏକ ମାମଲାର ବିଚାର କରି
ସୁପ୍ରିମ୍କୋର୍ଟ ଏହା କହିଛନ୍ତି । ବିଚାରପତି ଇନ୍ଦୁ ମାଲହୋତ୍ରା ଏବଂ ବିଚାରପତି ସଞ୍ଜିବ ଖାନ୍ନାଙ୍କ ଖଣ୍ଡପୀଠ କହିଛନ୍ତି, ଏହି ମାମଲାଗୁଡ଼ିକରେ ଦୃଷ୍ଟାନ୍ତ ମୂଳକ ଦଣ୍ଡ ପ୍ରଦାନ କରାଯିବା ଉଚିତ୍ ।
ସଡ଼କ ଦୁର୍ଘଟଣାଗୁଡ଼ିକରେ ଦୋଷୀ ସାବ୍ୟସ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉପରେ
ଖଣ୍ଡପୀଠ ପରାମର୍ଶ ଦେଇଛନ୍ତି । ଭାରତରେ ବୃଦ୍ଧି ପାଉଥିବା ଟ୍ରାଫିକ୍ ସମସ୍ୟାକୁ ରୋକିବା ଦିଗରେ ଏଭଳି ପଦକ୍ଷେପ ସହାୟକ ହେବ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି ।