କୋଭିଡ୍‌ ଟିକା କରଣ ପାଇଁ ଉନ୍ମୋଚନ କରାଯିବ ପୋଷ୍ଟର

0 3,366

ଟିକାକରଣକୁ ନେଇ କେତେକ ଗୋଷ୍ଠୀଙ୍କ ମଧ୍ୟରେ ଉପୁଜିଥିବା ଦ୍ୱିଧାକୁ  ଦୂର କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଇ.ଇ.ସି. ପୋଷ୍ଟର ଗୁଡ଼ିକୁ ଉନ୍ମୋଚନ କରିଛନ୍ତି  । ଅସତ୍ୟ ଓ ଅପପ୍ରଚାରର ଏହି ସ୍ୱାର୍ଥନ୍ୱେଷୀ ଅଭିଯାନକୁ ପ୍ରତିହତ କରିବା ପାଇଁ ଡକ୍ଟର ହର୍ଷବର୍ଦ୍ଧନ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି  ।

ଏହି ଅବସରରେ ସେ କହିଛନ୍ତି,  କୋଭିଡ୍‍ ନାଇଣ୍ଟିନ୍‍ର ସଂକ୍ରମଣ ବ୍ୟାପିବାକୁ ରୋକିବା ଦିଗରେ ପଦକ୍ଷେପ ନେଇଥିବା ଅଳ୍ପ କେତେକ ଦେଶ ମଧ୍ୟରୁ ଭାରତ ଅନ୍ୟତମ  । ଏଥିସହିତ କୋଭିଡ୍‍ରୁ ରକ୍ଷା ପାଇବା ପାଇଁ ଟିକା ମଧ୍ୟ ବିକାଶ କରିପାରିଛି  । ବର୍ତ୍ତମାନ ଦେଶରେ ସକ୍ରିୟ ସଂକ୍ରମଣ ମାମଲା ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି  ।

ସେ ଆହୁରି ମଧ୍ୟ କହିଛନ୍ତି, ବୃହତ୍‍ ଟିକାକରଣ ମାଧ୍ୟମରେ ପୋଲିଓ ଏବଂ ବସନ୍ତର ଦୂରୀକରଣ କରାଯାଇ ପାରିଛି  । ସେହିପରି କୋଭିଡ୍‍ ବିରୋଧରେ ଟିକାକରଣ ଏହି ରୋଗକୁ ସମୂଳେ ବିନାଶ କରାଯାଇ ପାରିବ  ।

Leave A Reply