ଭୋପାଳ – ମଧ୍ୟପ୍ରଦେଶରେ ଜଣେ ସେଲୁନ୍ ବାଲା ଗୋଟିଏ ଖୁର ଓ ତଉଲିଆରେ ଅନେକ ଲୋକଙ୍କର ଚୁଟି ଓ ଦାଢି କାଟିଥିଲେ । ଏହାପରେ ସମସ୍ତେ କରୋନା ସଂକ୍ରମିତ ହୋଇଥିବା ଖବର ମିଳିଛି । ମଧ୍ୟପ୍ରଦେଶ ଖରଗାନେ ଜିଲ୍ଲାର ବଡଗାଁରେ କରୋନା ସଂକ୍ରମଣର ଅନେକ ଘଟଣା ସାମ୍ନାକୁ ଆସିଥିଲା । ଏହାପରେ ସେହି ଗାଁରେ ସମସ୍ତେ ବାରିକଙ୍କ ପାଖରେ ଗୋଟିଏ ଖୁର ଓ ତଉଲିଆରେ ଖିଅର ହୋଇଥିବା କଥା ସାମ୍ନାକୁ ଆସିଥିଲା ।
ଜଣେ ଯୁବକ ଏହି ଗାଁକୁ ଆସିଥିଲେ । ତାଙ୍କର ସ୍ୱାବ ପରୀକ୍ଷା ପାଇଁ ନିଆଯାଇଥିଲା । ଏହି ସମୟରେ ସେ ଚୁଟି ଓ ଦାଢି କାଟିବା ପାଇଁ ଯାଇଥିଲେ । ପରେ ତାଙ୍କର କରୋନା ପଜେଟିଭ୍ ଆସିଥିଲା । ସେହିଦିନ ସେହି ସେଲୁନ୍ରେ ଯେତେଜଣ ଚୁଟି ଓ ଦାଢି କାଟିଥିଲେ ସମସ୍ତ ୨୬ ଜଣଙ୍କର କରୋନା ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କର ନେଗେଟିଭ୍ ଆସିଥିବା ବେଳେ ୬ ଜଣଙ୍କର ପଜେଟିଭ୍ ଆସିଛି । ଅନ୍ୟ ତିନିଜଣଙ୍କର ରିପୋର୍ଟ ଆସିବା ବାକି ଅଛି । ସମସ୍ତଙ୍କ ସେଭିଂ ଓ କଟିଂ ବେଳେ ଗୋଟିଏ ତଉଲିଆ ଓ ଗୋଟିଏ ଖୁର ବ୍ୟବହାର କରାଯାଇଥିଲା ।
ସମସ୍ତ ପଜେଟିଭ୍ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି । ପୁରା ଅଞ୍ଚଳକୁ ସାନିଟାଇଜ୍ କରାଯାଇଛି । ଗାଁକୁ ସଟ୍ଡାଉନ୍ କରାଯିବା ସହ ପୁଲିସ ମୁତୟନ କରାଯାଇଛି ।