ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ଧୀରେ ଧୀରେ ପାରଦ ଖସୁଥିବାରୁ ରାତି ଅପେକ୍ଷା ଭୋର୍ ସମୟରେ ଥଣ୍ଡାର ପ୍ରକୋପ ଅଧିକ
ରହିଛି । ଶୀତ ସହ ଘନ କୁହୁଡି ଯୋଗୁଁ କେତେକ ଅଞ୍ଚଳରେ ଯା ତାୟାତ ବାଧାପ୍ରାପ୍ତ ହେଉଥିବା ଖବର ମିଳିଛି । ଆଜି ରାଜ୍ୟର ତିନୋଟି ସ୍ଥାନରେ ତାପମାତ୍ରା ୧୦ଡିଗ୍ରୀ ତଳେ ରେକର୍ଡ କରାଯାଇଛି ।
ଫୁଲବାଣୀଠାରେ ସର୍ବନିମ୍ନ ତାପମାତ୍ରା ୮ଦଶମିକ ୫ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବାବେଳେ ସୋନପୁରରେ ୮ଦଶମିକ ୮ଡିଗ୍ରୀ ସେଲିସିୟସ ଏବଂ ଦାରିଙ୍ଗିବାଡିରେ ୯ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ରାଜ୍ୟର ୧୫ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରୀ ତଳେ ରହିଥିବା ସୂଚନା ମିଳିଛି ।
ଅନ୍ୟପକ୍ଷରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ବୌଦ୍ଧ, ସୋନପୁର, ବରଗଡ ଏବଂ ନୟାଗଡର କେତେକ ଅଞ୍ଚଳରେ ଘନକୁହୁଡି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।