ଚୀନ୍‌ର ସମରାଭ୍ୟାସ ତାଇଓ୍ୱେନକୁ ଡରାଇବା ପାଇଁ କରୁଛି ଯୁଦ୍ଧାଭ୍ୟାସ

103


ଚୀନ୍‍ ପୀତ୍ତ ସାଗରର ଦକ୍ଷିଣାଞ୍ଚଳରେ ଗତ ୬ତାରିଖରୁ ବନ୍ଧୁକ ଚାଳନା ସମରାଭ୍ୟାସ କରୁଛି । ଏହି ସମରାଭ୍ୟାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଚୀନ୍‍ର ସାମୁଦ୍ରିକ ନିରାପତ୍ତା ପ୍ରଶାସନ ପକ୍ଷରୁ ଏକ ବିବୃତିରେ ଏହା କୁହାଯାଇଛି । ଏଥିସହିତ ଗତକାଲିଠାରୁ ବୋହାଇ ସାଗରର ଉତ୍ତରାଞ୍ଚଳରେ ମଧ୍ୟ ଚୀନ ସମରାଭ୍ୟାସ ଆରମ୍ଭ କରିଛି । ଚୀନର ସୈନ୍ୟବାହିନୀ ପିଏଲ୍‍ଏ ପକ୍ଷରୁ ପୂର୍ବ ଚୀନ ଓ ଦକ୍ଷିଣ ଚୀନ୍‍ ସମୁଦ୍ର ଗୁଡ଼ିକରେ ଜୁଲାଇ ୩୦ରେ ଡ୍ରିଲ୍‍ କରାଯାଇଥିଲା ଏବଂ ଅଗଷ୍ଟ ୧ ରୁ ୪ ତାରିଖ ପର୍ଯ୍ୟନ୍ତ ଗୁଳିଗୋଳା ଚାଳନା ସମରାଭ୍ୟାସ କରାଯାଇଥିଲା ।


ଆମେରିକା ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତରେ ଯାଇଥିବା ସମୟରେ ମଧ୍ୟ ଚୀନ ପକ୍ଷରୁ ଅନେକ ସମରାଭ୍ୟାସ କରାଯାଇଛି । ପେଲୋସିଙ୍କ ଗସ୍ତ ପରେ ଚୀନ ପକ୍ଷରୁ ତାଇୱାନ ଉପକୂଳର ୬ଟି ଜାଗାରେ ଧମକ ଦେବା ପାଇଁ ସମରାଭ୍ୟାସ କରାଯାଉଛି । ତାଇୱାନ ଉପରକୁ କ୍ଷେପଣାସ୍ତ୍ର ମଧ୍ୟ ମାଡ଼ କରାଯାଇଛି । ଏଠାରେ ସ୍ମରଣ ଯୋଗ୍ୟ ଗତ ୨୫ ବର୍ଷ ଭିତରେ ତାଇୱାନକୁ ଆମେରିକା ବାଚସ୍ପତିଙ୍କ ଗସ୍ତ ସେ ଦେଶର ସର୍ବୋଚ୍ଚ ରାଜନୈତିକ ଗସ୍ତ ବୋଲି ବିବେଚନା କରାଯାଉଛି ।

Comments are closed, but trackbacks and pingbacks are open.