ରାଜ୍ୟରେ ରବିବାର ଠାରୁ ୨ ରୁ ୧୮ ବର୍ଷ ପିଲାଙ୍କୁ କରୋନା ଟିକା ଦେବାପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା

0 84

ରାଜ୍ୟରେ ରବିବାର ଠାରୁ ୨ ରୁ ୧୮ ବର୍ଷ ପିଲାଙ୍କୁ କରୋନା ଟିକା ଦେବାପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥିନିମନ୍ତେ ଭର୍ଚୁଆଲ ମାଧ୍ୟମରେ ଆଜିଠାରୁ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ରାଜ୍ୟରେ ୨ ରୁ ୧୮ ବର୍ଷ ମଧ୍ୟରେ ପ୍ରାୟ ୧ କୋଟି ୪୦ ଲକ୍ଷ ପିଲା ଅଛନ୍ତି । ଯେକୌଣସି ମୁହୂର୍ତ୍ତରେ କେନ୍ଦ୍ରରୁ ଅନୁମତି ମିଳିଲେ ଏବଂ ଟିକା ଆସିଲେ ସେମାନଙ୍କୁ ଟିକା ପ୍ରଦାନ କରାଯିବ ବୋଲି ଶ୍ରୀ
ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ଏହି ବର୍ଗର ସମସ୍ତ ହିତାଧିକାରୀଙ୍କୁ ଅତି କମ୍‍ରେ ଗୋଟିଏ ପାନ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି ।କରୋନା ମହାମାରୀରୁ ଶିଶୁଙ୍କୁ ସୁରକ୍ଷିତ ରଖିବା ପାଇଁ ଖୁବ୍‍ଶୀଘ୍ର ଟିକାକରଣ ଆରମ୍ଭ ହେବ । ପିଲାଙ୍କ ମନରୁ ଭୟ ଦୂର କରିବା ଲାଗି ବିନା ଛୁଞ୍ଚିରେ ଟିକା ଦିଆଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥିନିମନ୍ତେ ଭର୍ଚୁଆଲ ମାଧ୍ୟମରେ ଗତକାଲିଠାରୁ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ରାଜ୍ୟରେ ୨ ରୁ ୧୮ ବର୍ଷ ମଧ୍ୟରେ ପ୍ରାୟ ୧ କୋଟି ୪୦ ଲକ୍ଷ ପିଲା ଅଛନ୍ତି । ଯେକୌଣସି ମୁହୂର୍ତ୍ତରେ କେନ୍ଦ୍ରରୁ ଅନୁମତି ମିଳିଲେ ଏବଂ
ଟିକା ଆସିଲେ ସେମାନଙ୍କୁ ଟିକା ପ୍ରଦାନ କରାଯିବ ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ଏହି ବର୍ଗର ସମସ୍ତ ହିତାଧିକାରୀଙ୍କୁ ଅତି କମ୍‍ରେ ଗୋଟିଏ ପାନ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି ।

ଦେଶରେ ରବିବାର ସୁଦ୍ଧା ୧୦୧ କୋଟି ୫୦ ଲକ୍ଷ ୯୪ ହଜାରରୁ ଊଦ୍ଧ୍ୱର୍ ଲୋକଙ୍କୁ ସାର୍ବଜନୀନ ଟିକାକରଣ ଅଭିଯାନରେ କୋଭିଡ ଟିକା ଦିଆଯାଇଛି । ଏଥିରେ ୭୧ କୋଟି ୪୫ ଲକ୍ଷ ୭୮ ହଜାର ୨୮୬ ଜଣଙ୍କୁ ପ୍ରଥମ ଡୋଜ୍‍ ଏବଂ ୩୦ କୋଟି ୫ ଲକ୍ଷ ୧୬ ହଜାର ୫୩୪ ଜଣଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ୭୩ ଲକ୍ଷ ୫ ହଜାରରୁ ଊଦ୍ଧ୍ୱର୍ ଡୋଜ ଟିକା ନେଇଛନ୍ତି ।


ରାଜ୍ୟରେ ଆଜି ସୁଦ୍ଧା ୩ କୋଟି ୫୪ ଲକ୍ଷ ୪୮ ହଜାର ୫୯୧ ଜଣଙ୍କୁ କୋଭିଡ ଟିକା ଦିଆଯାଇଛି । ଆଜି ଅପରାହ୍ଣ ସୁଦ୍ଧା ୮୯ ହଜାର ୯୩୦ ଜଣ ଏହି ଟିକା ନେଇଛନ୍ତି । ୨ କୋଟି ୪୯ ଲକ୍ଷ ୧୧ ହଜାର ୩୬୩ ଜଣ ପ୍ରଥମ ଡୋଜ୍‍ ଟିକା ନେଇଥିବାବେଳେ ୧ କୋଟି ୫ ଲକ୍ଷ ୩୭ ହଜାର ୨୨୮ ଜଣଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇଛି । ୧ ହଜାର
୫୯୨ଟି ଟିକାକରଣ କେନ୍ଦ୍ରରେ ଏହି ଟିକା ପ୍ରଦାନ କରାଯାଇଛି । କୋ-ୱିନ୍‍ ପୋର୍ଟାଲରୁ ମିଳିଥିବା ସୂଚନା ମୁତାବକ ରାଜ୍ୟରେ ଏପର୍ଯ୍ୟନ୍ତ ୧୮ରୁ ୪୪ ବର୍ଷ ବୟସ ବର୍ଗରେ ୧ କୋଟି ୯୦ ଲକ୍ଷ ୯୬ ହଜାର ୩୨୧, ୪୫ରୁ ୬୦ ବର୍ଷ ବୟସ ବର୍ଗରେ ୯୯ ଲକ୍ଷ ୪୪ ହଜାର ୨୮୯ ଜଣ ଏବଂ ୬୦ ବର୍ଷରୁ ଊଦ୍ଧ୍ୱର୍ ୬୪ ଲକ୍ଷ ୭ ହଜାର ୯୮୧ ଜଣଙ୍କୁ ଟିକା ଦିଆଯାଇଛି ।


ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଟିକାକରଣ କରାଯାଇଛି । ସେଠାରେ ୨୧ ଲକ୍ଷ ୮୪ ହଜାର ୧୮୨ ଜଣଙ୍କୁ ପ୍ରଥମ ଡୋଜ୍‍ ଏବଂ ୧୫ ଲକ୍ଷ ୬୯ ହଜାର ୪୨୭ ଜଣଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇଛି ।

Leave A Reply