ଘୋଷଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ ସୋମବାରରେ ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହୋଇଯାଇଛି । ଚତୁର୍ଦ୍ଧା ମୂର୍ତ୍ତି ରତ୍ନ ସିଂହାସନକୁ ବିଜେ କରିଛନ୍ତି । ଶ୍ରୀଗୁଣ୍ଡିଚା ଶ୍ରଦ୍ଧାଳୁଓ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିଥିଲେ ଚତୁର୍ଦ୍ଧା ବିଗ୍ରହ । ଶ୍ରୀ ଜୀଉମାନେ ରଥଯାତ୍ରାର ସମସ୍ତ କାର୍ଯ୍ୟକ୍ରମ ଶେଷକରି ବଡ଼ଦେଉଳକୁ ବହୁଡିଛନ୍ତି । ସୋମବାରରେ ସମସ୍ତ ନୀତିକାନ୍ତୀ ଶୀଘ୍ର ଶେଷ ହେବା ପରେ
ଶ୍ରୀଜୀଉଙ୍କର ଗୋଟି ପହଣ୍ଡି ହୋଇଥିଲା ।
ଶେଷରେ ଜଗନ୍ନାଥ ଆସିବା ସମୟରେ ମା’ ମହାଲକ୍ଷ୍ମୀ ସିଂହଦ୍ୱାର ବନ୍ଦ କରିଥିଲେ । ବଚନିକା ପରେ ରସଗୋଲା ଖୁଆଇ ମା’ଙ୍କ ମାନଭଞ୍ଜନ କରି ମହାପ୍ରଭୁ ଜଗନ୍ନାଥ କାଳିଆ ଠାକୁର ଶ୍ରୀମନ୍ଦରରେ ପ୍ରବେଶ କରିଥିଲେ । ରତ୍ନ ସିଂହାସନରେ ବିଜେ କରିଛନ୍ତି ଚତୁର୍ଦ୍ଧା ବିଗ୍ରହ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ । ମଙ୍ଗଳବାରରେ ଚନ୍ଦ୍ର ଗ୍ରହଣ ପାଇଁ କେତକ ସ୍ୱତନ୍ତ୍ର ନୀତି କାନ୍ତି କରାଯାଇଛି ।
Sign in
Sign in
Recover your password.
A password will be e-mailed to you.
Prev Post