ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଶୃଙ୍ଖଳିତ ଭାବେ ପାଳିତ

0 1,660

ଭବାନୀପାଟଣା – କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଶୃଙ୍ଖଳିତ ଭାବରେ ସଂପନ୍ନ ହୋଇଯାଇଛି । ମା’ ମାଣିକେଶ୍ୱରୀଙ୍କ ମନ୍ଦିରରେ ମହାଷ୍ଟମୀ ରାତ୍ରିରେ ସନ୍ଧିପୂଜା ପରେ ମା’ଙ୍କ ପ୍ରତିନିଧି ଛତରକୁ ମନ୍ଦିରର ଉତ୍ତର-ପଶ୍ଚିମ ଦିଗରେ ପ୍ରାୟ ୩ କିଲୋମିଟର ଦୂରରେ ଥିବା ଜେନାଖାଲ ନିଆଯାଇଥିଲା । ଜେନାଖାଲଠାରେ ପାରମ୍ପରିକ ପୂଜାବିଧି ପରେ ଛତରର ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ ହୋଇଥିଲା । ମା’ଙ୍କ ଛତରର ପ୍ରତ୍ୟାବର୍ତ୍ତନ ଯାତ୍ରା ସହର ଉପକଣ୍ଠର ଥିବା ଜେନାଖାଲଠାରୁ ଭୋର ୪ଟା ୧୫ରୁ ଆରମ୍ଭ ହୋଇଥିଲା । ରାଜଦାଣ୍ଡରେ ଦେବୀଙ୍କ ନିକଟରେ ଶ୍ରଦ୍ଧାଳୁମାନେ ମନୋକାମନା ପୂର୍ତ୍ତି ପାଇଁ ଧୂପ, ଦୀପ, ପୁଷ୍ପାର୍ଘ୍ୟ ପ୍ରଦାନ କରିବା ଦେଖିବାକୁ ମିଳିଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପୁଲିସ୍‍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

Leave A Reply