ସିସିଡି ମାଲିକଙ୍କ ମୃତଦେହ ମିଳିଲା, ମଙ୍ଗଳବାର ହୋଇଥିଲେ ନିଖୋଜ

0 2,523

ବେଙ୍ଗାଲୁର . – ମଙ୍ଗଳବାରରେ ନିଖୋଜ ହୋଇଯାଇଥିବା ସିସିଡି ମାଲିକ ଭିଜି ସିଦ୍ଧାର୍ଥଙ୍କ ମୃତ ଦେହକୁ ନେତ୍ରାବତୀ ନଦୀରୁ ଉଦ୍ଧାର କରାଯାଇଛି । ମେଙ୍ଗାଲୁର ନିକଟସ୍ଥ ନେତ୍ରବାତୀ ନଦୀରେ ସେ ମଙ୍ଗଳବାରରେ ଡେଇଁ ପଡିଥିବା ସନ୍ଦେହ କରାଯାଇଥିଲା।
ଅଗ୍ନିଶମ ବିଭାଗ ସହ ୨୦୦ ମତ୍ସଜୀବୀ ତାଙ୍କୁ ଦୀର୍ଘ ୩୬ ଘଣ୍ଟା ଧରି ଖୋଜିଥିଲେ ।

ସିସିଡି ପରିଚାଳନାରେ ବିଭିନ୍ନ ଅସୁବିଧାକୁ ନେଇ ସେ ଚାପରେ ଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ସେ ଏକ ପତ୍ର ଲେଖିଥିଲେ । ପରେ ସେ ପୋଲ ଉପରେ ଓହ୍ଲାଇବା ସହ ଡ୍ରାଇଭରକୁ ଆଗକୁ ଯିବା ପାଇଁ କହି ନିଖୋଜ ହୋଇଯାଇଥିଲେ । ତାଙ୍କର ଚାଳକ ଦୀର୍ଘ ସମୟ ଅପେକ୍ଷା ପରେ ତାଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରିଥିଲା । ଥାନାରେ ମାମଲା ରୁଜୁ ହେବା ପରେ ତଲାସୀ କାର୍ଯ୍ୟ ଆରମ୍ଭ ହୋଇଥିଲା ।

Leave A Reply