ସି.ବି.ଏସ୍‍.ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ଚଳିତବର୍ଷର ଟର୍ମ ୱାନ୍‍ ବୋର୍ଡ ପରୀକ୍ଷା ନିମନ୍ତେ ସମୟ ସାରଣୀ ପ୍ରକାଶ

0 112

କନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସି.ବି.ଏସ୍‍.ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ଚଳିତବର୍ଷର ଟର୍ମ ୱାନ୍‍ ବୋର୍ଡ ପରୀକ୍ଷା ନିମନ୍ତେ ସମୟ ସାରଣୀ ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁଯାୟୀ ଦଶମଶ୍ରେଣୀ ପରୀକ୍ଷା ନଭେମ୍ବର ୩୦ରୁ ଏବଂ ଦ୍ୱାଦଶ ପରୀକ୍ଷା ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବ । ପରୀକ୍ଷାର୍ଥୀମାନେ ସି.ବି.ଏସ୍‍.ଇ ୱେବ୍‍ସାଇଟ୍‍ରେ ପରୀକ୍ଷାର ତାରିଖ ଓ ସମୟସୂଚୀ ଦେଖିପାରିବେ ।

ଏହି ପରୀକ୍ଷାରେ ଅବ୍‍ଜେକ୍ଟିଭ୍‍ ଟାଇପ୍‍ ପ୍ରଶ୍ନ ପଡିବ ଏବଂ ଶିକ୍ଷାର୍ଥୀମାନେ ୯୦ ମିନିଟ୍‍ ମଧ୍ୟରେ ସେସବୁ ପ୍ରଶ୍ନର ଉତ୍ତର ଦେବେ । ପରୀକ୍ଷା ଦିନ ୧୧ଟା ୩୦ ମିନିଟ୍‍ରୁ ଆରମ୍ଭ ହୋଇ ଅପରାହ୍ଣ ଗୋଟାଏରେ ସରିବ । ତେବେ ଆସନ୍ତା ବର୍ଷଫେବୃୟାରୀ ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଟର୍ମ ପରୀକ୍ଷା ପରେ ଅନ୍ତିମ ଫଳ ପ୍ରକାଶ ପାଇବ ବୋଲି ସିବିଏସ୍‍ଇ ପକ୍ଷରୁ କୁହାଯାଇଛି ।

Leave A Reply