ରାଜ୍ୟ ସରକାର କ୍ୟାବିନେଟ୍‍ରେ ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ୧୯୪୫ରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି

0 81

ରାଜ୍ୟ ସରକାର କ୍ୟାବିନେଟ୍‍ରେ ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ୧୯୪୫ରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ଜଗନ୍ନାଥ ମନ୍ଦିରର ସ୍ଥାବର ସମ୍ପତ୍ତିକୁ ବିକ୍ରି, ଲିଜ୍‍ ଓ ବନ୍ଧକ ଆକାରରେ ହସ୍ତାନ୍ତର କରିବାପାଇଁ ଏଣିକି ସରକାରଙ୍କ ଅନୁମୋଦନ ଆବଶ୍ୟକ ପଡ଼ିବ ନାହିଁ ।


ପୂର୍ବରୁ ଏଥିପାଇଁ ସରକାରଙ୍କ ଅନୁମୋଦନ ଦରକାର ପଡ଼ୁଥିଲା । ଏବେ ଶ୍ରୀମନ୍ଦିର ପ୍ରଶାସକ, ପରିଚାଳନା କମିଟି, ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରାଯାଇପାରିବ । ମନ୍ଦିର ପରିଚାଳନା କମିଟି ଅଧୀନରେ ଅନେକ ସ୍ଥାବର ଓ ଜମିବାଡ଼ିର ମାଲିକାନା ସ୍ୱତ୍ତ୍ୱ ରହିଛି । ଏଥିରେ ପରିବର୍ତ୍ତନ ସହ ସମ୍ପୃକ୍ତ ମାମଲାଗୁଡ଼ିକର ତୁରନ୍ତ ଫଏସଲା ଓ କଟକଣାକୁ ହଟାଇବା ଲାଗି ବିଭିନ୍ନ ଅଧିକାରୀଙ୍କୁ କ୍ଷମତାପନ୍ନ କରିବା ଉଦ୍ଦେଶ୍ୟରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

Leave A Reply