ଗଜପତି ଜିଲ୍ଲାରୁ  ଆନ୍ଧ୍ରପ୍ରଦେଶ ଦେଇ ସମସ୍ତ ବସ୍‍ ଚଳାଚଳ ଆରମ୍ଭ ହୋଇଛି

0 912

ବସ୍‍ ଚଳାଚଳ ଗଜପତି ଜିଲ୍ଲାରୁ  ଆନ୍ଧ୍ରପ୍ରଦେଶ ଦେଇ ସମସ୍ତ ବସ୍‍ ଚଳାଚଳ ଆରମ୍ଭ ହୋଇଛି । ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ହସ୍ତକ୍ଷେପରେ ଏହି ବସ୍‍ ସେବା ଆରମ୍ଭ ହୋଇଛି । ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନ ଗଜପତି ଜିଲ୍ଲାର ଘରୋଇ ବସ୍‍ଗୁଡିକୁ ଚଳାଚଳ ନେଇ ପରମିଟ୍‍ ପ୍ରଦାନ କରୁ ନ ଥିବାରୁ ସମସ୍ୟା ଦେଖାଦେଇଥିଲା । ଏ ସଂକ୍ରାନ୍ତରେ ବସ୍‍ ମାଲିକମାନେ ଜିଲ୍ଳା ଆଞ୍ଚଳିକ ପରିବହନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।ା ଜିଲ୍ଲା ପ୍ରଶାସନ ଏହା ଉପରେ ଗୁରୁତ୍ୱପ୍ରଦାନ କରି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବା ପରେ ସମସ୍ୟାର ସମାଧାନ ହୋଇଛି । ଫଳରେ ଆଜିଠାରୁ ଆନ୍ଧ୍ରର ପଲାସା, ମଞ୍ଜୁସା ଦେଇ ବ୍ରହ୍ମପୁର, ରାୟଗଡା ଜିଲ୍ଲାର ଗୁଣୁପୁର, ରାୟଗଡା ଆଦି ଦେଇ ବସ୍‍ ଚଳାଚଳ ସ୍ୱାଭାବିକ ହୋଇଛି ।

Leave A Reply