‘ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ’ ଉଦ୍ଘାଟିତ
ପାଠକୀୟ ସଂଖ୍ୟା ବୃଦ୍ଧି ଦିଗରେ ପୁସ୍ତକ ମହୋତ୍ସବର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି: ମନ୍ତ୍ରୀ ଶ୍ରୀ ବେହେରା
ଭୁବନେଶ୍ୱର, -ପୁସ୍ତକ ମେଳା ହେ ଉଛି ଲେ ଖକ, ପ୍ରକାଶକ ଓ ପାଠକ ମାନ ଙ୍କ ତି୍ରବେ ଣୀ ସଂଗମ ସଦୃଶ୍ୟ । ପାଠକୀୟ ଆଦୃତି
ଦ୍ୱାରା ପୁସ୍ତକର ପ୍ରକୃତ ମୂଲ୍ୟାୟନ ହୋଇପାରିବ ବୋଲି ଅର୍ଥ, ଅବକାରୀ, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ
ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରା କହିଛନ୍ତି ।
ସ୍ଥାନୀୟ ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ
ଏବଂ ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ ସହଯୋଗରେ ଅନୁଷ୍ଠିତ ‘ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ’କୁ
ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ଓଡ଼ିଶାରେ ଓ ଓଡ଼ିଆ ଭାଷାରେ ପାଠକଙ୍କ ସଂଖ୍ୟା ବୃଦ୍ଧି କରିବା
ଦିଗରେ ସମସ୍ତ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ । ପାଠକୀୟ ସଂଖ୍ୟା ବୃଦ୍ଧି ଦିଗରେ ପୁସ୍ତକ ମହୋତ୍ସବର
ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଭାଷାଭିତ୍ତିକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନରେ ଲେଖକ ଓ
ସାହିତି୍ୟକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଲେଖକ ରହିବେ ନାହିଁ, କିନ୍ତୁ ତାଙ୍କର ଲେଖା ଯୁଗଯୁଗକୁ
ପାଠକମାନଙ୍କୁ ଆନନ୍ଦ ଦେବା ସହିତ ଦିଗ୍ଦ ଶର୍ନ ଦେ ଉଥିବ । ଉତ୍କୃଷ୍ଟ ଲେ ଖା ମାଧ୍ୟମରେ ସଂସ୍କ ୃତି ପରିମାର୍ଜିତ ଓ
ପରିବର୍ଦ୍ଧିତ ହେବା ସହ ଲେଖା ମାଧ୍ୟମରେ ପରିବର୍ତ୍ତନ ସମ୍ଭବ । ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ତରଫରୁ
ଆୟୋଜିତ ଏହି ରାଜ୍ୟସ୍ତରୀୟ ପୁସ୍ତକ ମହୋତ୍ସବ ଆଗାମୀ ଦିନରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ
ଶ୍ରୀ ବେହେରା ମତପୋଷଣ କରିଥିଲେ ।
ବିଶିଷ୍ଟ ଲେଖକ ଶ୍ରୀ ସାତକଡ଼ି ହୋତା କହିଲେ ଯେ ଯୁଗ ବଦଳିବା ସହିତ ମଣିଷର ଆଚାରବିଚାର ମଧ୍ୟ
ବଦଳୁଛି । ଜ୍ଞାନର ପରିସର ବିସ୍ତୃତ ହେଉଛି । ଏଣୁ ଏଥି ସହ ତାଳ ଦେଇ ଆମକୁ ଚାଲିବାକୁ ହେବ । ଏ ଦିଗରେ
ଲେଖକମାନଙ୍କର ପ୍ରମୁଖ ଭୂମିକା ରହିଛି ବୋଲି ସେ କହିଥିଲେ ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ତଥା ପ୍ରସାର ସହିତ ବିଶ୍ୱରେ ଓଡ଼ିଆ ସାହିତ୍ୟକୁ ପରିଚିତ
କରାଇବା ଲକ୍ଷ୍ୟ ନେଇ ଆୟୋଜିତ ଏହି ରାଜ୍ୟସ୍ତରୀୟ ପୁସ୍ତକ ମହୋତ୍ସବ ସର୍ବସାଧାରଣଙ୍କ ପାଇଁ ଚଳିତ ମାସ
୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଅପରାହ@ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ । ଓଡ଼ିଶା ରାଜ୍ୟ ପୁସ୍ତକ
ମହୋତ୍ସବରେ ୩୦୦ରୁ ଊଦ୍ଧ୍ୱର୍ ଷ୍ଟଲ ରହିଛି । ଏହି ବହି ମେଳାରେ ମୁମ୍ବାଇ, କୋଲକାତା, ହାଇଦ୍ରାବାଦ୍ ଓ ଦିଲ୍ଲୀର
ଖ୍ୟାତନାମା ପ୍ରକାଶକମାନେ ଯୋଗ ଦେଉଛନ୍ତି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମହୋତ୍ସବରେ
ଏକ ଆକର୍ଷଣୀୟ ଷ୍ଟଲ ରହିଛି । ଏଥିରେ ସଂସ୍କ ୃତି ବିଭାଗ, ଅଭିଲେ ଖାଗାର, ବିଭିନ୍ନ ଏକାଡେ ମୀ ଓ ରାଜ୍ୟ
ସଂଗ୍ରହାଳୟ ପ୍ରକାଶିତ ପୁସ୍ତକଗୁଡ଼ିକ ବିକି୍ର ନିମନ୍ତେ ଉପଲବ୍ଧ ହେଉଛି ।
ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ପ୍ରତି ସନ୍ଧ୍ୟାରେ ସଭା ସମେତ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା
କରାଯାଇଛି । ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ଆନୁକୂଲ୍ୟରେ ବିଭିନ୍ନ ସନ୍ଧ୍ୟାରେ ଜାତୀୟ ସ୍ତରୀୟ ଦଳ ଦ୍ୱାରା ବିହୁ,
ଭୋଜପୁରୀ ଓ ବଙ୍ଗଳା ଲୋକନୃତ୍ୟ ପରିବେଷଣ କରାଯିବ । ଏହା ବ୍ୟତୀତ ଓଡ଼ିଶାର ଲୋକନୃତ୍ୟ ତଥା ଜନଜାତିଙ୍କ
ନୃତ୍ୟ ପରିବେଷଣ କରାଯିବ ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀଙ୍କ
ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର
ନାୟକ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଫକୀର ମୋହନ ସେନାପତିଙ୍କ ରଚିତ ‘ଗଳ୍ପସ୍ୱଳ୍ପ’ର ହିନ୍ଦୀ ଅନୁବାଦ
‘ଗପ୍ସପ୍’, ବାମାଚରଣ ମିତ୍ରଙ୍କ ‘ଶ୍ରେଷ୍ଠ ଗଳ୍ପ ସଂକଳନ’, କଥାକାର ବିଜୟ ନାୟକଙ୍କ ‘ଶ୍ରେଷ୍ଠ ଗଳ୍ପ ସଂକଳନ’, ରଥ
ନାୟକଙ୍କ ‘ଓଡ଼ିଆ କ୍ରିୟାବିଚାର’, ଭାନୁମତୀ ସାହୁଙ୍କ ଦ୍ୱାରା ରଚିତ ଉପନ୍ୟାସ ‘ମୀରା ମାଇଁ’ ଏବଂ ଡ. ନଳିନୀ ପ୍ରଭା
ଦାସଙ୍କ ଦ୍ୱାରା ରଚିତ ‘ଓଡ଼ଅି । କାବ୍ୟକବିତାରେ ନାରୀ’ ଆଦି ପୁସ୍ତକ ଅତିଥିମାନ ଙ୍କ ଦ୍ୱାରା ଲେ ।କାର୍ପିତ ହୋଇଥିଲ । ।
ଏହି ଉଦ୍ଘାଟନ ଅବସରରେ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ, ସରସ୍ୱତୀ ସମ୍ମାନ ପ୍ରାପ୍ତ ବିଶିଷ୍ଟ ଅହମୀୟା ଲେଖକ
ଶ୍ରୀ ଲକ୍ଷ୍ମୀନନ୍ଦନ ବୋରାଙ୍କ ସମେତ ବହୁ ବୁଦ୍ଧିଜୀବୀ, ସାହିତି୍ୟକ, ଭାଷାବିତ୍ ଓ ପୁସ୍ତକପ୍ରେମୀ ଉପସ୍ଥିତ ଥିଲେ ।
ସୂଚନା ଅଧିକାରୀ ସୁଚେତା ପ୍ରିୟଦର୍ଶନୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶେଷରେ ଓଡ଼ିଶା ଭାଷା
ପ୍ରତିଷ୍ଠାନର ନିର୍ଦ୍ଦେଶିକା ଡକଫର ତମସାରାଣୀ ଦାସମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।