ବିଜେପୁରରେ ବାଜିଲା ଶଙ୍ଖ, ବିଜେଡିର ବାଜିମାତ

0 522

ଭୁବନେଶ୍ୱର(ଓଡିଶାନେକ୍ସଟ୍‌): ସବୁ କଳ୍ପନାଜଳ୍ପାନାକୁ ପଛରେ ପକାଇ ବିଜେପୁରରେ ବିଜେଡ ବାଜିମାତ କରିଛି । ଉପ ନିର୍ବାଚନରେ ଶୁଣାଯାଇଛି ବିଜୟ ଶଙ୍ଖର ଧ୍ୱନୀ । ରୀତା ସାହୁ ବହୁ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଅଶୋକ  ପାଣିଗ୍ରାହୀଙ୍କ ଠାରୁ ଆଗୁଆ ।ବିଜେଡର  ବିଜୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ନ କରଥିଲେ ବି ବିଜେପିର ଯେଉଁ ହାଇ ଭୋଲଟେଜ୍‌ ପ୍ରଚାର ଥିଲା ତାହା ଫସର ଫାଟି ଯାଇଛି । ବିଜେପୁରର ମୋଦିଙ୍କମନ୍ତ୍ର କି କେନ୍ଦ୍ର ମନ୍ତ୍ରୀ କ୍ୟାମ୍ପ କରି ରହିବା କିଛି ସଫଳ ହୋଇନି ।  କଂଗ୍ରେସ ଗଡ ବି ଭୁଶୁଡିଛି । କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ଆଶାଠାରୁ କମ୍‌ ଭୋଟ୍‌ ମିଳିଛି ।

ହୋଲି ପୂର୍ବରୁ ବିଜେପୁର ଗେରୁଆ ପରିବର୍ତ୍ତେ ଶାଗୁଆ ରଙ୍ଗରେ ରଙ୍ଗେଇ ହୋଇଛି । ବିଜେଡି ଓ ବିଜେପି ଏହାକୁ ସମ୍ମାନର କଥା ଭାବି ନିର୍ବାଚନ ରଣାଙ୍ଗନରେ ଓହ୍ଲାଇଥିଲେ। ଦୁଇ ଦଳ ଅନ୍ୟ ଦଳରୁ ହାଇଜାକ୍‌ କରି ପ୍ରାର୍ଥୀ ଆଣିଥିବା ଅଭିଯୋଗ ହୋଇଥିଲା । ପ୍ରଚାର ବି ବେଶ୍‌ ହାଇ ଭୋଲଟାଜ୍‌ର ଥିଲା । ଗଣ୍ଡା ଗଣ୍ଡା ଓଲିଉଡ୍‌ ତାରକାଙ୍କୁ ଘର ପାଖରେ ଯୋଡ ହସ୍ତରେ ଦେଖିଥିଲେ ବିଜେପୁର ବାସୀ। ରାଜ୍ୟ ଓ କେନ୍ଦ୍ରର କ୍ୟାବିନେଟ୍‌ ମନ୍ତ୍ରୀ ବି ତମ୍ବୁ ପକାଇ ବସିଥିଲେ ।ପୁରା ବର୍ଷ ପାଇଁ ନିଜକୁ ବିଜେପୁର ନିର୍ବାଚନରୁ ଫାଇଦା ଉଠାଇବା ସହ ବିଭିନ୍ନ ଟିଭି ବିତର୍କରେ ଅନ୍ୟକୁ ଖୁଣ୍ଟଣା ଦେବାପାଇଁ, ଆଡଭଟାଇଜିଂ ମ୍ୟାଟେରିଆଲ ବି ମିଳିଯିବ ବୋଲି ଚିନ୍ତା କରିଥିଲେ । ବିଜେପି ଓ ବିଜେଡିର ପତାକା ଓ ହୋର୍ଡିଂ ଲଗାଇବା ପାଇଁ ସ୍ଥାନ ର ଅଭାବ ଦେଖା ଦେଲା । ଏପରି କି ବିଲ ଭିତରେ ଓ ଗଛ ଉପରେ ଖାଲି ଏହି ଦୁଇ ଦଳର ପତାକା ଦେଖା ଦେଇଥିଲା । କଂଗ୍ରେସର ପ୍ରଚାର ପ୍ରଭାବ ଶୂନ୍ୟ ଥିଲେ ବି ନିଜ ବ୍ଲକରେ ପ୍ରାର୍ଥୀ ଭସ ପ୍ରଦର୍ଶନ କରିବେ ବୋଲି ଆଶା ଥିଲା । ହେଲେ କଂଗ୍ରେସକୁ ଆଶାନୁରୂପ ଭୋଟ ମିଳିନି । ବିଜେଡି ବାଜିମାତ କରିଛି । ବିଜେପି ଦ୍ୱିତୀୟରେ ରହିଛି ହେଲେ ଏହା ପରେ ରାଜନୈତିକ ସମୀକରଣ ନିଶ୍ଚୟ ବଦଳିବା ଏଥିରେ ସନ୍ଦେହ ନାହିଁ ।

 

 

Leave A Reply