ଭୁବନେଶ୍ୱର ..- ନିର୍ବାଚନର ତାରିଖ ପାଖେଇ ଆସୁଥିବା ବେଳେ ରାଜନୈତିକ ବାତାବରଣ ବେଶ୍ ସରଗରମ୍ ହୋଇ ଆସୁଛି । ଓଡ଼ିଶାରେ ଏକାଠି ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନବୀନ ପଟ୍ଟନାୟକ ୧୯ ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଛନ୍ତି । ଏବେ ବିଜୁ ଜନତା ଦଳ ୫ ଥର କ୍ଷମତାକୁ ଆସିବା ପାଇଁ ଆଶାବାଦୀ । ହେଲେ ତାଙ୍କୁ ଚେକ୍ମେଟ୍ କରିବା ପାଇଁ ବିଜେପି ପୁରା ଅଣ୍ଟା ଭିଡିଛି । କଂଗ୍ରେସରେ ବାତାବାରଣ ବେଶ୍ ଚଳ ଚଞ୍ଚଳ । ଏବେ ସବୁ ଦଳରେ ଅନ୍ୟ ଦଳ ଛାଡି ଆସିଥିବା ନେତାଙ୍କୁ ପ୍ରାର୍ଥୀ କରାଯାଇଛି। ଏଥିଯୋଗୁଁ ଦଳ ଭିତରେ ଦୀର୍ଘ ଦିନ ଧରି କାମ କରୁଥିବା ନେତାଙ୍କର ମନ ଟିକିଏ ଉଣା । ନବୀନ ବି ଏଥର ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି । ପଶ୍ଚିମ ଓଡ଼ିଶାରେ ଦଳ ବିଜୟ ବାନା ଉଡାଇବା ପାଇଁ ନବୀନ ଦୁଇଟି ସ୍ଥାନରେ ପ୍ରାର୍ଥୀ ହୋଇଛନ୍ତି ହିଞ୍ଜିଳି ସହ ବିଜେପୁରରୁ ନାମାଙ୍କନ ଦାଖଲ କରିଛନ୍ତି । ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ ବିଜେପି ପୀତାମ୍ବର ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପୁରରେ ସନତ ଗଡତିଆଙ୍କୁ ପ୍ରାର୍ଥୀ କରିଛି । ହେଲେ ଦେଖିବା କଥା ନିର୍ବାଚନ ବେଳେ ହାଓ୍ୱା କୁଆଡେ ବହୁଛି । ମତଦାତା କାହାକୁ ନିଜର ମୂଲ୍ୟବାନ ମତ ପ୍ରଦାନ କରୁଛନ୍ତି ।