କାହିଁକି ପଣା ସଂକ୍ରାନ୍ତିର ଅନ୍ୟନାମ ବିଷୁବ ସଂକ୍ରାନ୍ତି ବା ମହା ବିଷୁବ ସଂକ୍ରାନ୍ତି
ହିନ୍ଦୁ ଧର୍ମରେ ଓ ସାରା ଭାରତରେ ପଞ୍ଜିକାର ବ୍ୟବହାର ରହି ଆସିଅଛି । ପଣା ସଂକ୍ରାନ୍ତି ଦିନ ସମସ୍ତ ପଞ୍ଜିକାରେ ସୌରମାସ ଆରମ୍ଭ ହୋଇଥାଏ । ଏହାକୁ ମେଷ ସଂକ୍ରାନ୍ତି କୁହାଯାଏ । ମାତ୍ର ଏହା ପଣା ସଂକ୍ରାନ୍ତି, ବିଷୁବ ସଂକ୍ରାନ୍ତି ଓ ମହା ବିଷୁବ ସଂକ୍ରାନ୍ତି ନାମରେ ପ୍ରସିଦ୍ଧ ।
ଏହି ଦିନ ସୂର୍ଯ୍ୟ ବିଷୁବ ରେଖା ଉପରେ ଅବସ୍ଥାନ କରୁଥିବାରୁ ଏହାର ନାମ ବିଷୁବ ସଂକ୍ରାନ୍ତି
ଏହି ଦିନ ଓଡ଼ିଶାର ପୂରପଲ୍ଲୀରେ ମହାବୀର ହନୁମାନଙ୍କର ଜୟନ୍ତୀ ବା ଜନ୍ମୋତ୍ସବ ପାଳନ କରାଯାଇଥାଏ ।ଏଥିପାଇଁ ମନ୍ଦିରମାନଙ୍କରେ ସ୍ୱତନ୍ତ୍ର ପୂଜାର୍ଚ୍ଚନାର ଆୟୋଜନ କରାଯାଏ । ସମସ୍ତ ମନ୍ଦିରମାନଙ୍କରେ ଭକ୍ତମାନଙ୍କର ଭିଡ ଦେଖିବାକୁ ମିଳିଥାଏ । ନୂତନ ପାଞ୍ଜିର ପ୍ରଚଳନ ହୋଇଥାଏ ।
ମେଷ ରାଶିରେ ସୂର୍ଯ୍ୟଙ୍କ ଅବସ୍ଥାନ ଯୋଗୁଁ ଏହାକୁ ମେଷ ସଂକ୍ରାନ୍ତି କୁହାଯାଏ । ପୃଥୀବିକୁ ଦୁଇଟି ଗୋଲାର୍ଦ୍ଧରେ ବିଭକ୍ତ କରାଯାଇଛି । ଉତ୍ତର ଗୋଲାର୍ଦ୍ଧ ଓ ଦକ୍ଷିଣ ଗୋଲାର୍ଦ୍ଧ । ଏହି ମଝିରେ ବିଷୁବ ରେଖା ରହିଛି । ଏହି ଦିନ ସୂର୍ଯ୍ୟ ବିଷୁବ ରେଖା ଉପରେ ଅବସ୍ଥାନ କରିଥାଆନ୍ତି । ଏଥିପାଇଁ ଏହାକୁ ବିଷୁବ ସଂକ୍ରାନ୍ତି କୁହାଯାଏ । ଏହି ଦିନ ଠାରୁ ଉତ୍ତର ଗୋଲାର୍ଦ୍ଧରେ ଅଧିକ ସୂର୍ଯ୍ୟ କିରଣ ପଡୁଥିବା ଯୋଗୁଁ ତାପମାତ୍ରା ବୃଦ୍ଧି ହୋଇଥାଏ ।