ବିଜେପିରେ ସାମିଲ ହେଲେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ

 ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିଲେ ଶ୍ରୀ ବୈଷ୍ଣବ

0 750

ଭୁବନେଶ୍ୱର: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଶନିବାରରେ ଅବସରପ୍ରାପ୍ତ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ ଅଶ୍ୱିନୀ ବୈଷ୍ଣବ ବିଧିବଦ୍ଧ ବିଜେପିରେ ସାମିଲ ହୋଇଛନ୍ତି। ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା ନୂତନ ଭାବେ ଦଳରେ ଯୋଗଦେଇଥିବା ବୈଷ୍ଣବଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ଦଳରେ ସାମିଲ କରାଇଛନ୍ତି। ସେହିପରି ବୈଷ୍ଣବଙ୍କୁ ରାଜ୍ୟ ଉପସଭାପତି ସମୀର ମହାନ୍ତି ଦଳୀୟ ବ୍ୟାଚ ପିନ୍ଧାଇଥିଲେ।

ପୂର୍ବରୁ ବୈଷ୍ଣବ ସୁନ୍ଦରଗଡ ଏବଂ ବଣାଇର ଉପ ଜିଲ୍ଲାପାଳ ଏବଂ କଟକ ଜିଲ୍ଲାପାଳ ଭାବେ ଦାୟୀତ୍ୱ ତୁଲାଇଛନ୍ତି। ବୈଷ୍ଣବ ୧୯୯୯ ମସିହା ମହାବାତ୍ୟା ପରବର୍ତୀ ସମୟରେ ପରିସ୍ଥିତିକୁ ସୁଧାର ଆଣିବାରେ ଅନେକ ପ୍ରୟାସ କରିଥିଲେ। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଥିଲେ।

Leave A Reply