ଏକାକୀ ବିଜେପି ଫେରିଲେ ବିଜୟ, ଏବେ କ’ଣ କରିବେ ଦିଲ୍ଲୀପ ରାୟ?

0 1,534

ଭୁବନେଶ୍ୱର: ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀର ଅନ୍ୟତମ ଶକ୍ତିଶାଳୀ ନେତା ଦିଲ୍ଲୀପ ରାୟଙ୍କୁ ଛାଡି କେନ୍ଦ୍ରାପଡ଼ା ଜିଲ୍ଲାର ଚର୍ଚ୍ଚିତ ନେତା ବିଜୟ ମହାପାତ୍ର ଭାରତୀୟ ଜନତା ପାର୍ଟିକୁ ପୁଣି ଥରେ ଫେରିଯାଇଛନ୍ତି । ଉଭୟ ଦିଲ୍ଲୀପ ଓ ବିଜୟ ଭାରତୀୟ ଜନତା ପାର୍ଟିରେ ୨୦୦୯ ମାର୍ଚ୍ଚରେ ଯୋଗ ଦେଇଥିଲେ । ବିବାଦ ଦେଖାଯିବାରୁ ଉଭୟ ନେତା ଗତ ବର୍ଷ ନଭେମ୍ବର ୩୦ରେ ବିଜେପି ଛାଡ଼ିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୋରାପୁଟ ଜିଲ୍ଲାର ଜୟପୁର ଗସ୍ତ ପୂର୍ବରୁ ବିଜୟ ମହାପାତ୍ର ଗୁରୁବାର ବିଜେପିରେ ସାମିଲ ହୋଇଥିବା ବେଳେ, ଦିଲ୍ଲୀପ ରାୟଙ୍କ ଆଗମନକୁ ବିଜେପି ଅପେକ୍ଷା କରିଥାଏପାରେ ବୋଲି ରାଜନୈତିଜ୍ଞ ବିଷାରଦମାନେ ପୂର୍ବାନୁମାନ କରୁଛନ୍ତି ।
ଅନ୍ୟପଟରେ କିଛି ନେତାଙ୍କ ଆକଳନ କରୁଛନ୍ତି ଯେ, ଦିଲ୍ଲୀପ ରାୟ ବିଜୁ ଜନତା ଦଳରେ ସାମିଲ ହୋଇପାରନ୍ତି । କାରଣ ଦିଲ୍ଲୀପ ଚଳିତ ମାସ ୨୩ ତାରିଖ ସନ୍ଧ୍ୟାରେ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋଙ୍କ ସହିତ ରୁଦ୍ଧ କୋଠରୀ ଭିତରେ କିଛି ସମୟ ଆଲୋଚନା କରିଥିଲେ । ନବନୀ ପଟ୍ଟନାୟକ ଓ ଦିଲ୍ଲୀପ ରାୟଙ୍କ ମଧ୍ୟରେ କ’ଣ ସବୁ ଆଲୋଚନା ହୋଇଥିଲା ତାହା ଗଣମାଧ୍ୟମ ଜାଣିପାରିନାହିଁ । ଦିଲ୍ଲୀପ ନବୀନ ନିବାସରୁ ଫେରିଆସିବା ପରେ ଆକାଳନ କରାଯାଉଥିଲା ଯେ, ମାର୍ଚ୍ଚ ୨୪ରେ ବିଜେଡିରେ ଯୋଗଦେବେ କିନ୍ତୁ ତାହା ମଧ୍ୟ ହେଲା ନାହିଁ । ପ୍ରାୟ ଏକ ସପ୍ତାହ ଦେବ ଦିଲ୍ଲୀପ ରାୟ ଚୁପଚାପ ବସିଛନ୍ତି । ଯଦି ସେ ରାଜନୈତିକ କ୍ୟାରିୟରରେ ଯବନିକା ପକାଇବାକୁ ଚାହୁଁଛନ୍ତି, ତା’ହେଲେ ଖୁବ୍ ଶୀଘ୍ର ଏହା ଜଣାପଡ଼ିଯିବ । ମାତ୍ର ସେଇଦିନକୁ ଅପେକ୍ଷା କରିବାକୁ ପଡିବ ।

Leave A Reply